କେନ୍ଦ୍ର ସରକାରଙ୍କ ଆଦେଶ ନମାନି ଟ୍ୱିଟର ଉପରେ ଲାଗିଲା ୫୦ ଲକ୍ଷ ଟଙ୍କାର ଜରିମାନା

0

କର୍ଣ୍ଣାଟକ: କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ କୋର୍ଟଯିବା ପଡିଲା ମହଙ୍ଗା | ଟ୍ୱିଟର ଉପରେ ଲାଗିଲା ୫୦ ଲକ୍ଷ ଟଙ୍କାର ଜରିମାନା | କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ ଟ୍ୱିଟର ତରଫରୁ କୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କେନ୍ଦ୍ର ସରକାର ୨୦୨୧ ଫେବୃଆରୀ ଠାରୁ ୨୦୨୨ ମଧ୍ୟରେ ଟ୍ୱିଟରକୁ କୃଷକ ଆନ୍ଦୋଳନ ଓ କରୋନା ସଂକ୍ରମଣ ସହିତ ଜଡିତ ଆକାଉଣ୍ଟ, ଟ୍ୱିଟ୍ ଓ ୟୁଆରଏଲ ବ୍ଲକ କରିବାକୁ ଆଦେଶ ଦେଇଥିଲେ ।

ତେବେ ଆଦେଶ ବିରୋଧରେ କମ୍ପାନୀ ତରଫରୁ କୋର୍ଟରେ ଆବେଦନ କରାଯାଇଥିଲା । ହେଲେ ସରକାରଙ୍କ ଆଦେଶକୁ ଟ୍ୱିଟର ଅବମାନନା କରିଥିଲା । ଏହାପରେ ପ୍ରଜ୍ୟୁକ୍ତି ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଟ୍ୱିଟରକୁ ଏକ ନୋଟିସ ପଠାଯାଇଥିଲା । ଏଥିରେ ସରକାରଙ୍କ ଆଦେଶ ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅବଗତ କରାଯାଇଥିଲା ।

ଏଣୁ ସରକାରଙ୍କ ଆଦେଶ ନ ମାନିବ ଅପରାଧରେ ଟ୍ୱିଟର ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । କୋର୍ଟ ତରଫରୁ କୁହାଯାଇଛି ଯେ, ଟ୍ୱିଟର ଜଣେ କୃଷକ ନୁହେଁ ଏହା ହଜାର ହଜାର କୋଟି ଟଙ୍କାର କମ୍ପାନୀ । ତେଣୁ ତାଙ୍କୁ ନିୟମ ବାବଦରେ ଅବଗତ ହେବା ନିହାତି ଜରୁରୀ ।