କର୍ଣ୍ଣାଟକରେ ହନିଟ୍ରାପରେ ଫସିଛନ୍ତି ୪୮ ନେତା…

0

ହନିଟ୍ରାପ ନେଇ କର୍ଣ୍ଣାଟକ ରାଜନିତୀରେ ହଇଚଇ ସୃଷ୍ଟି । କର୍ଣ୍ଣାଟକ ବିଧାନସଭାରେ ବଜେଟ ଅଧିବେଶନ ଉପରେ ଆଲୋଚନା ହେଉଥିବା ବେଳେ ବିଜୟପୁରାରେ ବିଜେପି ବିଧାୟକ ବାସନାଗୈାଡ ପାଟିଲ ଦାବି କରିଥିଲେ ଯେ ସମବାୟ ମନ୍ତ୍ରୀଙ୍କୁ ଫସାଇବାକୁ ଚେଷ୍ଟା କରାଯାଇଥିଲା ବୋଲି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କେ.ଏନ ରାଜନ୍ନା ଏକ ବଡ ଖୁଲାସା କରିଥିଲେ । କହିଥିଲେ ଯେ ଅନେକ ଲୋକ କୁହନ୍ତି ଯେ କର୍ଣ୍ଣାଟକ ଏକ ସିଡି ଏବଂ ପେନ ଡ୍ରାଇଭ କାରଖାନାରେ ପରିଣତ ହୋଇଛି। ତାଙ୍କ ଉପରେ ହନିଟ୍ରାପ୍‌ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି।

‌କେବଳ ସେ ନୁହନ୍ତି, ରାଜ୍ୟର ଅନ୍ୟ ମନ୍ତ୍ରୀ, ନେତାଙ୍କ ସମେତ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି। ହନିଟ୍ରାପ୍‌ରେ ୪୮ ଜଣ ନେତା ଫସିଛନ୍ତି ବୋଲି ସେ ବିବୃତି ଦେଇଛନ୍ତି। ଉକ୍ତ ଘଟଣାର ତଦନ୍ତ ପାଇଁ ଦାବି କରିବା ପରେ ଗୃହ ମନ୍ତ୍ରୀ ଜି ପରମେଶ୍ବର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


କେଏନ୍‌ ରାଜନ୍ନା ପୁଣିଥରେ କହିଥିଲେ ଯେ ଏହି ଘଟଣାରେ ସେ ଏକ ମାମଲା ରୁଜୁ କରିବେ ଏବଂ ଗୃହ ମନ୍ତ୍ରୀ ଉକ୍ତ ଘଟଣାର ତଦନ୍ତ କରିବା ଉଚିତ। ମନ୍ତ୍ରୀ ମଧ୍ୟ ଦାବି କରିଛନ୍ତି ଯେ ସିଡି ଏବଂ ପେନଡ୍ରାଇଭ ପ୍ରସ୍ତୁତରେ ସମ୍ପୃକ୍ତ ଲୋକମାନେ ବିଭିନ୍ନ ରାଜନୈତିକ ଦଳରୁ ୪୮ ରାଜନେତାଙ୍କୁ ହନିଟ୍ରାପ୍‌ କରିଛନ୍ତି। ଏହା ଜାତୀୟ ସ୍ତରକୁ ମଧ୍ୟ ବ୍ୟାପିଥିବା ସେ କହିଛନ୍ତି। ସେହିଭଳି ବିଜେପି ନେତା ତଥା ବିରୋଧୀ ଦଳ ନେତା ଆର୍‌ ଅଶୋକା ଏହି ଘଟଣାର ତଦନ୍ତ ଜଣେ କାର୍ୟ୍ୟରତ ବିଚାରପତିଙ୍କ ଦ୍ବାରା ହେବା ଆବଶ୍ୟକ ବୋଲି କହିଛନ୍ତି। ସରକାର ଏଭଳି ସ୍ପର୍ଶକାତର ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ୍‌ ବୋଲି ସେ ମତ ଦେଇଛନ୍ତି।