କ୍ଷତକୁ ସିଲେଇ କରିବା ବଦଳରେ ଫେଭିକ୍ୱିକ ଲଗାଇଦେଲେ ନର୍ସ । ତାହା ପୁଣି କେଉଁ ବେସରକାରୀ ନୁହେଁ ବରଂ ସରକାରୀ ଡାକ୍ତରଖାନାରେ ଏଭଳି ଅଜବ କାଣ୍ଡ ଘଟାଇଛନ୍ତି ନର୍ସ ଜଣକ । ଯେତେବେଳେ ପିଲାଟିର ପରିବାର ଏହାକୁ ନେଇ ପ୍ରଶ୍ନ କରିଥିଲେ ସେତେବେଳେ ନର୍ସ କହିଥିଲେ ଯେ ସେ ବର୍ଷ ବର୍ଷ ଧିି ଏପରି କରିଆସୁଛନ୍ତି । ଏଥିରେ ଚିନ୍ତା କରିବାର କିଛି ନାହିଁ ।
ତେବେ କର୍ଣ୍ଣାଟକରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବିକ ଜାନୁଆରୀ ୧୪ ତାରିଖରେ ଏକ ସାତ ବର୍ଷର ପୁଅ ଗୁରୁକିଶନ ଅନ୍ନାପ୍ପା ହୋସାମଣିର ଗାଲରେ ଆଘାତ ହୋଇଥିଲା । ତାକୁ ହାଭେରୀର ହନାଗଲ ତାଲୁକର ଆଦୂର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପିଲାଟିର କ୍ଷତକୁ ସିଲେଇ କରିବା ପରିବେ ର୍ତ୍ତ ନର୍ସ ଜଣକ ଫେଭିକ୍ୱିକ ବ୍ୟବହାର କରିଥିଲେ । ଯେତେବେଳେ ପିଲାଟିର ବାପାମାଆ ନର୍ସଙ୍କୁ ଏ ବିଷୟରେ ପଚାରିଲେ, ସେ କହିଲେ ଯେ ସିଲାଇ ପିଲାଟିର ମୁହଁରେ ଏକ ଚିହ୍ନ ଛାଡିଯିବ। ପରିବାର ଏହି ସମୟରେ ଏକ ଭିଡିଓ କରିଥିଲେ । ଯେଉଁଥିରେ ବର୍ଷ ବର୍ଷ ଧରି ଏହା କରିଆସୁଛନ୍ତି ଏବଂ ଚିନ୍ତା କରିବାର କିଛି ନାହିଁ ନର୍ସ ଜଣକ କହୁଥିବାର ଦେଖାଯାଇଥିଲା ।
ଏହା ପରେ, ପରିବାର ସଦସ୍ୟମାନେ ନର୍ସଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ଭିଡିଓଟି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦେଖାଇଥିଲେ। ଏହା ପରେ, ନର୍ସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନର୍ସଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସେବା କମିଶନରଙ୍କ କାର୍ୟ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, “ଫେଭିକ୍ୱିକ୍ ହେଉଛି ଏକ ଆଡେସିଭ୍ ଯାହାର ଚିକିତ୍ସା ବ୍ୟବହାର ନିୟମ ଅନୁଯାୟୀ ଅନୁମତିପ୍ରାପ୍ତ ନୁହେଁ। ଏହି ମାମଲାରେ, ଶିଶୁଟିର ଚିକିତ୍ସା ପାଇଁ ଫେଭିକ୍ୱିକ୍ ବ୍ୟବହାର କରିଥିବା ଷ୍ଟାଫ୍ ନର୍ସଙ୍କୁ ନିଲମ୍ବିତ କରାଯାଇଛି ଏବଂ ତଦନ୍ତ ଚାଲିଛି।” ଏବଂ ପିଲାଟି ମଧ୍ୟ ସୁସ୍ଥ ଅଛି।