ଚେନ୍ନାଇ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଚୀନର ୨୫୦ ଜଣ ଶ୍ରମିକଙ୍କୁ ଭିସା ଯୋଗାଇ ଦେବାକୁ ସେମାନଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ କାର୍ତ୍ତିଙ୍କ ବାସଭବନ ସମେତ ଦେଶର ୯ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ଉ କରାଯ୍ଧବଥିଲା । ଏହି ଘଟଣାରେ କାର୍ତ୍ତିଙ୍କ ଘନିଷ୍ଠ ସହଯୋଗୀ ଏସ୍.ଭାସ୍କର ରମଣଙ୍କୁ ଜେରା କରିବା ପରେ ଗିରଫ କରିଛିି ସିବିଆଇ ।
ସୂଚନାଯୋଗ୍ୟ, ୨୦୧୦-୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପରେ କାର୍ଯ୍ୟ କରିବା ପାଇଁ ଚୀନରୁ ଆସିବାକୁ ଥିବା ୨୫୦ଜଣ ନାଗରିକଙ୍କୁ ଭିସା ଯୋଗାଇ ଦେବା ପାଇଁ ୫୦ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ତାଙ୍କ ବାସଭବନ ଓ ଅଫିସ ସମେତ ଦିଲ୍ଲୀ, ତାମିଲନାଡୁ, ମୁମ୍ବାଇର ୯ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ଉ ହୋଇଥିଲା । ଏପରି ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡିଛି ।