କାର୍ତ୍ତିକ ମାସର ଶେଷ ସୋମବାର, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଧର୍ମ ମାସ କାର୍ତ୍ତିକ ମାସର ଶେଷ ସୋମବାର । ଏଥିପାଇଁ ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ବଡ଼ି ଭୋରୁ ବିଭିନ୍ନ ଶୈବ ପୀଠରେ ଦ୍ୱାର ଫିଟାଯାଇଛି । ଭକ୍ତମାନେ ମହାଦେବଙ୍କ ମସ୍ତକରେ କଞ୍ଚା କ୍ଷୀର, ଫୁଲ, ଜଳ ଓ ବେଲ ପତ୍ର ଲାଗି କରୁଛନ୍ତି । ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର, ପୁରୀର ଲୋକନାଥ, ରାଜଧାନୀର ଲିଙ୍ଗରାଜ ଓ ଭଦ୍ରକ ଆରଡ଼ି ଆଖଣ୍ଡଳମଣୀଙ୍କ ନିକଟରେ ଶହ ଶହ ଭକ୍ତ ପୂଜାର୍ଚ୍ଚନା କରୁଛନ୍ତି । ଭକ୍ତଙ୍କ ଭିଡକୁ ଦେଖି ସମସ୍ତ ଶୈବପୀଠରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ସେହିପରି ପୁରୀରେ ମଧ୍ୟ ହବିଷ୍ୟାଳୀ ଓ ଅନ୍ୟଭକ୍ତମାନେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ରାଧାଦାମୋଦରଙ୍କୁ ପୂଜା କରିଛନ୍ତି । ଆଜି ପୂଜାର୍ଚ୍ଚନା କଲେ ପୁଣ୍ୟପ୍ରାପ୍ତି ହେବାର ବିଶ୍ୱାସ ରହିଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିର ମାନଙ୍କରେ ଭିଡ ଜମାଇଛନ୍ତି ।