ପ୍ରଥମ ଥର ଏକାଠି ନଜର ଆସିବେ କାର୍ତ୍ତିକ-ଶ୍ରଦ୍ଧା

0

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଶ୍ରଦ୍ଧା କାପୁର ପ୍ରଥମ ଥର ସ୍ପୋର୍ଟସ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ୍’ ଏକାଠି ନଜର ଆସିବେ । ସିନେମାରେ କାର୍ତ୍ତିକ ମୁଖ୍ୟ ନାୟକ ଭାବେ ଘୋଷଣା ହୋଇଥିବା ବେଳେ , ନାୟିକା କିଏ ହେବ ଜଣାପଡି ନଥିଲା । ବର୍ତ୍ତମାନ ଜଣା ପଢିଛି ନାୟିକା ଭାବେ ଶ୍ରଦ୍ଧା ନଜର ଆସିପାରନ୍ତି । ପୂର୍ବରୁ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’ରେ ଅତିଥି କଳାକାର ଭାବେ ନଜର ଆସିଥିଲେ ।

ତେବେ ସାଜିଦ ନାଡିୟାଡୱାଲା ଓ କବୀର ଖାନ୍ ଏହି ସିନେମା ପାଇଁ ନାୟିକାଙ୍କ ସନ୍ଧାନରେ ଥିବା ବେଳେ ଏଥିରେ ଶ୍ରଦ୍ଧାଙ୍କୁ ନେବା ପାଇଁ ସେମାନେ ଆଗ୍ରହୀ ଅଛନ୍ତି। ଶ୍ରଦ୍ଧା ମଧ୍ୟ ଏହି ସିନେମା କରିବା ପାଇଁ ଉତ୍ସାହିତ ଥିବା ଜଣାପଡ଼ିଛି। ଅବଶ୍ୟ ସାଜିଦ୍ ଓ ଶ୍ରଦ୍ଧାଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଲୋଚନା ଜାରି ରହିଛି। ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ସିନେମାରେ ନାୟିକା ଭାବେ ଶ୍ରଦ୍ଧାଙ୍କ ସମ୍ଭାବନା ଅଧିକ।