ବଡ଼ ବ୍ରାହ୍ମଣ ସାହି ଛକରେ କାର୍ତ୍ତିକେୟ ପୂଜା ଆରମ୍ଭ

0

ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହି ଛକରେ କାର୍ତ୍ତିକେୟ ପୂଜା ଆରମ୍ଭ ହୋଇ ଯାଇଛି।ଏହି ପୂଜା ଦୀର୍ଘ 27 ବର୍ଷ ହେଲା ହୋଇ ଆସୁଛି।ଏହି ପୂଜା 11 ତାରିଖରୁ ଆରମ୍ଭ ହୋଇ 17 ତାରିଖ ପର୍ଯ୍ୟନ୍ତ ହେବ। ପ୍ରଭୂ କାର୍ତ୍ତିକେୟଙ୍କର ସକାଳ ସମୟରେ ନୀତିକାନ୍ତି ସହ ଧୂପ ଆଳତୀ ହୋମ ,ଘୃତ ଯଜ୍ଞ  ପ୍ରଭୃତି କାର୍ଯ୍ୟକ୍ରମ ସହ ସନ୍ଧ୍ୟା ସମୟରେ ଆଳତୀ କରାଯାଉଛି।ଏହି ଆଳତୀ ଦର୍ଶନ କରିବା ସକାଶେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।17 ତାରିଖରେ ପ୍ରଭୂ କାର୍ତ୍ତିକେୟଙ୍କର ବିସର୍ଜନ କରାହେବ ବୋଲି  ଜଣାପଡିଛି। ସଭାପତି ସୁନୀଲ କୁମାର ଅଧିକାରୀ, ଉପ ସଭାପତି ରଞ୍ଜିତ ବେବର୍ତ୍ତା, ସମ୍ପାଦକ ରଘୁ ପଟ୍ଟନାୟକ, କୋଷାଧ୍ୟକ୍ଷ କିରଣ ମାଳି ପ୍ରମୁଖ ସମେତ ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ଏହି ପୂଜା ଆୟୋଜନ କରାଯାଇଛି।