ପାଟନା: ବିହାର କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଅଜ୍ଞାତ ଦୁର୍ବୃତ୍ତ। ଗୁରୁବାର ବିଳମ୍ୱିତ ରାତିରେ ଏହି ଘଟଣା ଘଟିଥିଲା ମେୟରଙ୍କ ୱାର୍ଡ ସନ୍ତୋଷୀ କଲୋନୀରେ । ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଅତି ଶିବରାଜଙ୍କ ଛାତିକୁ ନିକଟରୁ ଗୁଳି କରିଥିଲେ । ସଂଗେ ସଂଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି ।
ଗତକାଲି ବିଳମ୍ବିତ ରାତିରେ ମେୟର ସନ୍ତୋଷୀ କଲୋନୀରେ ଯାଉଥିବା ବେଳେ ୪ ଦୁର୍ବୃତ୍ତ ବାଇକରେ ସେଠାରେ ପହଞ୍ଚି ଅତି ନିକଟରୁ ମେୟରଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲେ । ତାଙ୍କ ଦେହରେ ୩ଟି ଗୁଳି ବାଜିଥିଲା ଓ ସେ ସେଠଠାରେ ଟଳି ପଡିଥିଲେ । ଦୁର୍ବୃତ୍ତମାନେ ଗୁଳି ଚଳାଇ ସେଠାରୁ ଅଖିପିଛୁଳାକେ ଫେରାର ହୋଇଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ପୂରା ଅଞ୍ଚଳକୁ ସିଲ କରି ଦେଇଛି ।