ଆଜିଠୁ ୬ମାସ ପାଇଁ ବନ୍ଦ ହେଲା କେଦାରନାଥ ଧାମ

0

ଡେରାଡୁନ: ଶୀତକୁ ଦୃଷ୍ଟିରେ ରଖି ଆଜିଠୁ ୬ମାସ ପାଇଁ ବନ୍ଦ ରହିବ କେଦାରନାଥ ଧାମ ।  ପ୍ରଥମେ ଗଙ୍ଗୋତ୍ରୀ ଧାମ ଓ ଏହାର ଦିନକ ପରେ ଯମୁନୋତ୍ରୀ ଧାମ ବନ୍ଦ ହୋଇଥିବାବେଳେ, ଗତକାଲି ଭାଇଦୁଜ ଅବସରରେ ବାବା କେଦାରନାଥଙ୍କ ଦ୍ୱାର ବନ୍ଦ ହୋଇଛି ।

ପ୍ରଭୁ କେଦାରନାଥଙ୍କ ପଞ୍ଚମୁଖୀ ଡୋଲି ବୁଧବାର ସକାଳେ କେଦାରନାଥ ଧାମ ଛାଡି ଶୀତଦିନିଆ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ । ଭାରତ ଏବଂ ବିଦେଶରୁ ହଜାର ହଜାର ଭକ୍ତ କେଦାରନାଥ ଧାମରେ କେଦାରନାଥ ଡୋଲିଙ୍କ ସହ ଭଗବାନ କେଦାରନାଥଙ୍କ ଦର୍ଶନ ପାଇବାକୁ ପହଞ୍ଚିଥିଲେ । ଏହାପରେ ତିନୋଟି ପହଡର ପୂଜା ପରେ ବାବା କେଦାରନାଥଙ୍କ ଦ୍ୱାର ବନ୍ଦ କରିଦିଆଯାଇଥିଲା । ଡୋଲି ବାହାରିବା ସମୟରେ ବାଜା, ବାଣ ସହ ବାବାଙ୍କ ଜୟ ଜୟ କାରରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ ।

ଏହାପରେ ଶ୍ରଦ୍ଧାଳୁ ମାନେ ଉତ୍ତରାଖଣ୍ଡର ଉଖୀମଠରେ ଓମକାରେଶ୍ବର ମନ୍ଦିରରେ ବାବା କେଦାରଙ୍କର ଚଳନ୍ତି ପ୍ରତିମାକୁ ଦର୍ଶନ କରିବେ । ତେବେ ରିପୋର୍ଟ ମୁତାବିକ, ଚଳିତବର୍ଷ ୨୦ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଚାରିଧାମ ଦର୍ଶନରେ ଆସିଛନ୍ତି । ଚଳିତ ବର୍ଷ ହେଲିକପ୍ଟର ସେବା ମାଧ୍ୟମରେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ବାବା କେଦାରନାଥଙ୍କ ଦର୍ଶନ କରିବା ପାଇଁ ଆସିଥିଲେ ।