ଗଞ୍ଜମ/ ରଜନୀକାନ୍ତ ପାତ୍ର : ଆକ୍ସନ ମୁଡରେ ହିଞ୍ଜିଳି ପୋଲିସ । ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ଶ୍ରୀନିବାସ ସେଠୀ ହିଞ୍ଜିଳି ଥାନାରେ ଯୋଗଦେବା ଦିନଠାରୁ ପାର୍ବଣ ଋତୁକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ହେଉଥିବା ଜୁଆଆଡ୍ଡା ଉପରେ ଅଚାନକ ଚଢ଼ାଉ ଜାରି ରଖିଛନ୍ତି । ସୂଚନା ଅନୁସାରେ ହିଞ୍ଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ଏକ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ତୁରନ୍ତ ନିଜର ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଚାନକ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା ପୋଲିସ । ଘଟଣାରେ ୭ଜଣ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୧୯, ୫୧୦ ଟଙ୍କା, ୭ ଟି ମୋବାଇଲ୍ ଫୋନ୍ ଓ ୮ଟି ମୋଟରସାଇକେଲ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ହିଂଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ।