ନିର୍ବାଚନ ପୂର୍ବରୁ ଭୋଟରଙ୍କୁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି

0

ନୂଆଦିଲ୍ଲୀ: ଦିଲ୍ଲୀରେ ୭୦ ବିଧାନସଭା ସିଟ ପାଇଁ ଫେବୃଆରୀ ୫ତାରିଖରେ ନିର୍ବାଚନ ହେବ । ନିର୍ବାଚନ ଫଳାଫଳ ଘୋଷଣା ଫେବୃଆରୀ ୮ ତାରିଖରେ ହେବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପାର୍ଟି ପାଇଁ ଘୋଷଣାପତ୍ର ଜାରି କରିଛନ୍ତି । ଭୋଟରଙ୍କୁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି ଦେଇଛନ୍ତି । କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି
ପ୍ରଥମ ଗ୍ୟାରେଣ୍ଟି ଦେଇଛନ୍ତି ନିଯୁକ୍ତି ଗ୍ୟାରେଣ୍ଟି । ଦ୍ୱିତୀୟ ଗ୍ୟାରେଣ୍ଟି ପ୍ରତି ମହିଳାଙ୍କୁ ମାସକୁ ୨୧ ଶହ ଟଙ୍କାର ଆର୍ଥିକ ସହାୟତା । ମହିଳା ସମ୍ମାନ ଯୋଗନାରେ ଏହି ସହାୟତା ପ୍ରଦାନ କରାଯିବ । ମେଡିକାଲରେ ଚିକିତ୍ସା ପାଇଁ ସଂଜୀବନୀ ସ୍କିମ ଘୋଷଣା କରିଛନ୍ତି କେଜ୍ରିୱାଲ । ପୁରୁଣା ପାଣି ବିଲ ଛାଡ ପ୍ରତିଶ୍ରୁତି ଦେଇଛନ୍ତି । ୨୪ଘଣ୍ଟା ସଫା ପାଣି । ଶିକ୍ଷା ପାଇଁ ଆମ୍ବେଦକର ସ୍କଲାରସିପ ଯୋଜନା । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବସ ଓ ମେଟ୍ରୋରେ ୫୦ ପ୍ରତିଶତ ଛାଡ । ଭଡାଟିଆଙ୍କୁ ମାଗଣା ବିଜୁଳି ଏବଂ ପାଣି ସୁବିଧା । ମନ୍ଦିର ଓ ଗୁରୁଦ୍ୱାରା ପୂଜକଙ୍କୁ ୧୮ ହଜାର ଟଙ୍କା ଦେବାକୁ ପ୍ରତିଶୁତି ଦେଇଛନ୍ତି କେଜ୍ରିୱାଲ । ଅଟୋ ରିକ୍ସା, ଇ-ରିକ୍ସା ଓ ଟ୍ୟାକ୍ସି ଡ୍ରାଇଭରଙ୍କ ଝିଅ ବାହାଘର ବେଳେ ୧ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ସେମାନଙ୍କ ପିଲାଙ୍କୁ ମାଗଣା କୋଚିଂ ପ୍ରତିଶ୍ରୁତି । ସେମାନଙ୍କୁ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା ଓ ତାଙ୍କ ପରିବାରକୁ ୫ଲକ୍ଷର ସ୍ୱାସ୍ଥ୍ୟ ବୀମା ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପୁରୁଣା ୬ଗ୍ୟାରେଣ୍ଟି ଜାରି ରହିବ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ ।