ପଡିଲା କେଜ୍ରିୱାଲଙ୍କ ଝିଅ ହର୍ଷିତାଙ୍କ ହାତଗଣ୍ଠି; ଜ୍ୱାଇଁଙ୍କ ଯୋଗ୍ୟତା କଥା ଶୁଣିଲେ ଆଶ୍ୱାର୍ଯ୍ୟ ହୋଇଯିବେ

0

ଦିଲ୍ଲୀ; ପଡିଲା କେଜ୍ରିୱାଲଙ୍କ ଝିଅ ହର୍ଷିତାଙ୍କ ହାତଗଣ୍ଠି । ନିଜର କେଲଜ ସାଙ୍ଗକୁ ଜୀବନ ସାଥି ଭାବେ ବାଛି ନେଇଛନ୍ତି ହର୍ଷିତା ଦୁହିଁଙ୍କ ପ୍ରେମ ଏବେ ସିନ୍ଦୁରରେ ପରିଣତ ହୋଇଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜ୍ୱାଇଁଙ୍କ ଯୋଗ୍ୟତା କଥା ଶୁଣିଲେ ଆଶ୍ୱାର୍ଯ୍ୟ ହୋଇଯିବେ । ତେବେ ହର୍ଷିତା ଏବଂ ତାଙ୍କ ସ୍ୱାମୀ ସମ୍ଭବଙ୍କ ଦେଖାହୋଇଥିଲା ଆଇଆଇଟି ଦିଲ୍ଲୀରେ । ତେବେ ଏହିଠାରୁ ଦୁହେଁ ନିଜର ପାଠ ପଢା ପୁରା କରିବା ସହ କ୍ୟାରିୟର ଆରମ୍ଭ କରିଥିଲେ ।

ତେବେ କେକ୍ରିୱାଲଙ୍କ ଜ୍ୱାଇଁ ସମ୍ଭବ ବର୍ତ୍ତା ଏକ ଘରୋଇ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟ ଭାବେ କାର୍ୟ୍ୟରତ । ଏହା ବ୍ୟତିତ ସମ୍ଭବ ଏବଂ ହର୍ଷିତା ମିଶି କରି ଏକ ଷ୍ଟାର୍ଟଅପ ମଧ୍ୟ ଆରମ୍ଭ କରିଛନ୍ତି । ସମ୍ଭବଙ୍କ କମ୍ପାନିର ନାଁ ହେଉଛି ଇନ୍ଟ୍ରାକ୍ଟ । ଯାହାକୁ ତାଙ୍କ ସାଙ୍ଗମାନଙ୍କ ସହ ମିଶି ତିଆରି କରିଛନ୍ତି । ଏହି କମ୍ପାନି ଆରମ୍ଭ କରିବା ପୂର୍ବରୁ ସମ୍ଭବ ପ୍ରସିଦ୍ଧ ଆମେରିକୀୟ ଇନ୍ଭେଷ୍ଟମେଣ୍ଟ ଫର୍ମ ବ୍ଲାକ୍ଷ୍ଟୋନ ରେ ମଧ୍ୟ କାମ କରିଥିଲେ ।

 

ଏହା ବ୍ୟତିତ ସମ୍ଭବ ଜୈନ, ହର୍ଷିତାଙ୍କ ସହ ମିଶି କରି ବେସିଲ୍ ହେଲ୍ଥ ପ୍ଳାଟଫର୍ମରେ ମଧ୍ୟ ନଜର ଆସିଥାନ୍ତି । ଯାହା କେବଳ ହେଲ୍ଦି ଖାଦ୍ୟ ବିଷୟରେ ସୂଚନା ଦେଇଥାଏ । ହର୍ଷିତା କେଜ୍ରିୱାଲ ନିଜେ ଜଣେ ଆଇଆଇଟି ଦିଲ୍ଳୀରୁ କେମିକାଲ ଇଞ୍ଜିନିୟରିଙ୍ଗର ସ୍ନାତକ ।

ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଏକମାତ୍ର ଝିଅ ହର୍ଷିତା ଏବଂ ପୁଅ ପୁଲକିତ କେଜ୍ରିୱାଲ । ଯିଏ କି ବର୍ତ୍ତମାନ ଦିଲ୍ଲୀ ଆଇଆଇଟିରେ ନିଜ ପଢା ଜାରି ରଖିଛନ୍ତି ।