ନୂଆଦିଲ୍ଲୀ: ମଦ ଦୁର୍ନୀତି ସହ ଜଡିତ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା ମିଳିଛି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ସିଏମ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତାଙ୍କୁ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା । ଅରବିନ୍ଦ କେଜ୍ରିୱାଲ ଦୀର୍ଘ ଦିନ ଧରି ତିହାର ଜେଲରେ ଅଛନ୍ତି ।
ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିଦ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି । ବର୍ତ୍ତମାନ କେଜ୍ରିୱାଲ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ । ହାଇକୋର୍ଟଙ୍କ ଆଦେଶ ପରେ ଏବେ ସେ ଜେଲରୁ ବାହାରି ପାରିବେ ନାହିଁ । ସିବିଆଇ ଗିରଫ ମାମଲାରେ କରିଥିବା ଆବେଦନକୁ କୋର୍ଟ ଖରାଜ କରିନେଇଛନ୍ତି । ଏହା ସହ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି । ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ହାଇକୋର୍ଟ କହିଛନ୍ତି ।