କେନ୍ଦୁଝର: ପ୍ରେସ ଫୋରମ ଡାକରାରେ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ

0

ପାଟଣା/ ବିଜୟ କାରୁଆ : କେନ୍ଦୁଝର ଜିଲ୍ଲା ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ କେନ୍ଦୁଝରଜିଲ୍ଲା ପ୍ରେସ ଫୋରମ ଡାକରା ଦେଇ ଆସୁଛି । ଆଜି ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ଦେବା ପୂର୍ବରୁ ଏକ ବିରାଟ ଶୋଭାଯାତ୍ରାରେ ଫୋରମର କର୍ମକର୍ତ୍ତା ବାହାରିଥିଲେ । ହାତରେ ସମସ୍ତଙ୍କର ଥିବା ପ୍ଲାକ କାର୍ଡ, ମୁହଁରେ ଥିଲା ପ୍ରକଳ୍ପ ପ୍ରତିଷ୍ଠାର ଦାବି । ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସରେ ଜିଲାପାଳ ଆଶିଷ ଠାକରେ ଙ୍କ ଜରିଆରେ କେନ୍ଦ୍ର ଇସ୍ପାତମନ୍ତ୍ରୀ,ରାଜ୍ୟ ସରକାରଙ୍କ ଉଦେଶ୍ୟ ରେ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନିମ୍ନନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି। ଫୋରମର ଏହି ଦାବିକୁ ସମର୍ଥନ ଜଣାଇ କେନ୍ଦୁଝର ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ବହୁ ସଙ୍ଗଠନ, ସରକାରୀ, ବେସରକାରୀ ସଂସ୍ଥା, ଓଡ଼ିଆ ମାନିଙ୍ଗି ସ୍କୁଲ, ପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ନୀରଞ୍ଜନ ପଟ୍ଟନାୟକ, ବିଜେପି ସଦର ବିଧାୟକ ମୋହନ ମାଝୀ, ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦାର , ପଦ୍ମଶ୍ରୀ ଦୈତାରୀ ନାଏକ ତଥା କେନ୍ଦୁଝର ଜିଲ୍ଲା ପ୍ରେସକ୍ଲବ, ହଜାର ହଜାର ସଂଖ୍ୟାରେ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।