କେନ୍ଦୁଝରରେ ଶାଳ ପତ୍ରରେ ମିଳିବ ଜଳଖିଆ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ପ୍ଲାଷ୍ଟିକ ମୁକ୍ତ ହେବ ଭାରତ । ଏନେଇ ବହୁ ପୂର୍ବରୁ ସରକାରଙ୍କ ପ୍ରୟାସ ଚାଲିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟକୁ ନେଇ ଚାଲିଛି ସଚେତନତାର ବାର୍ତ୍ତା । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ଧିରେ ଧିରେ ପ୍ଲାଷ୍ଟିକ ବ୍ୟବହାରର ବର୍ଜନ କରାଯାଉଛି । କେନ୍ଦୁଝର ଜିଲ୍ଲା ହେବ ପ୍ଲାଷ୍ଟିକ ମୁକ୍ତ ଅଂଚଳ । ଏନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଏଣିକି ସରକାରୀ କାର୍ଯ୍ୟକ୍ରମରେ ଦିଆଯାଉଥିବା ଜଳଖିଆ ସବୁ ଶାଳପତ୍ରରେ ତିଆରି ଚଉପତିରେ ଦିଆଯିବ । ଆଗରୁ କାଗଜ କିମ୍ବା ପ୍ଲାଷ୍ଟିକ ଚଉପତିରେ ଦିଆଯାଉଥିବା ବେଳେ ଏବେ ତାକୁ ବଦଳାଇ ଦିଆଯାଇଛି । ଶୀଘ୍ର ଏହି ଉପରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି ।