ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଅଧ୍ୟାୟ ଯୋଡ଼ିହେବ କେନ୍ଦୁଝର

0

ଭୁବନେଶ୍ୱର: ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ଏବେ ମିଳିପାରିବ ଉନ୍ନତମାନର ସ୍ଵାସ୍ଥ୍ୟସେବା। ଆସନ୍ତା ୧୩ ତାରିଖରେ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଅଧ୍ୟାୟ ଯୋଡ଼ିହେବ କେନ୍ଦୁଝର । ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିବେ ନବୀନ ।  ୨୦୧୬ରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡିକାଲ କଲେଜ । ୨୫ଟି ବ୍ଳକ୍ ଓ ୧୮ଟି କୋଠା ନିର୍ମାଣ କରାଯିବା ସହିତ କଲେଜ ପାଇଁ ଅଲଗା ଓ ହସ୍ପିଟାଲ୍ ପାଇଁ ୩ଟି ବ୍ଳକ୍ ନିର୍ମାଣ କରାଯାଇଛି । ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ପ୍ରଥମ ବର୍ଷ ୧୦୦ଟି MBBS ସିଟରେ ପାଠପଢ଼ା