ସରକାରଙ୍କ ଖାଉଟି ଯୋଜନାରେ ଆଦିବାସୀ ହଟହଟା

0

(ବିଜୟ କୁମାର କାରୁଆ) : କେନ୍ଦୁଝର ପାଟଣାବ୍ଲକ୍ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାସାହିରେ ଜାତୀୟ ରାଜ୍ୟ ଖାଉଟି ଯୋଜନାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀ ମୁଣ୍ଡା କାର୍ଡରେ ୨୦୧୬ ମସିହାରୁ ମାସିକ ୨୫ କି.ଗ୍ରା ଚାଉଳ ପାଇ ଆସୁଥିଲେ । ମାତ୍ର ଗୋଟିଏ ବର୍ଷ ପରେ ଚାଉଳ ଉଠାଇବାକୁ ଯାଇଥିବା ବେଳେ ପଞ୍ଚାୟତ ଅଧିକାରୀ ଆନନ୍ଦ ଚନ୍ଦ୍ର ପଣ୍ଡା କାର୍ଡ଼ଟି କଟି ଯାଇଥିବା କହିଥିଲେ ବୋଲି ମୁଣ୍ଡା କହିଛନ୍ତି । ପଞ୍ଚାୟତ ଅଧିକାରୀ ବ୍ଲକ ଯାଇ ଯୋଗାଯାଗ କରିବାକୁ ତାଙ୍କୁ କହିଥିଲେ । ଏହି ମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଏହି ଆଦୀବାସି ପରିବାରକୁ ସରକାରୀ କ୍ଷେତ୍ରରେ କୌଣସି କାର୍ଯ୍ୟ ହୋଇ ପାରି ନଥିଲା । ଏହା ନେଇ ଉପରିସ୍ଥ ଅଧିକାରୀଙ୍କୁ ଦୁଇ ତିନି ଥର ଜଣାଇବା ସ୍ୱତ୍ତେ କୌଣସି କାର୍ଯ୍ୟ ହୋଇ ପାରି ନାହିଁ । ଏନେଇ ବ୍ଲକ ଯୋଗାଣ ଅଧିକାରୀ ବିଦ୍ୟୁତଲତା ନାୟକଙ୍କୁ ପଚାରିବାରୁ ଆଧାର କାର୍ଡ଼ ନମ୍ବର ଭୁଲୁ ଯୋଗୁଁ କାଡ଼ଟି ବନ୍ଦ ହୋଇଯାଇଥିବା କହିଛନ୍ତି । ନୂଆ ଜାତୀୟ ରାଜ୍ୟ ଖାଉଟି ଯୋଜନାରେ କାର୍ଡ଼ ଆବେଦନ କଲେ ତାଙ୍କୁ ନୂଆ ଖାଉଟି କାର୍ଡ଼ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସରକାର କେବେ ଯୋଗ।।ଇ ଦେବେ ଲକ୍ଷ୍ମୀ ମୁଣ୍ଡାଙ୍କୁ ଖାଉଟି କାର୍ଡ଼ ।
.