(ବିଜୟ କୁମାର କାଉରିଆ): କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ–ଚାକୁଣ୍ଡାପାଳ ପଞ୍ଚାୟତ ମିଠାସାହିରେ ଘଟିଛି ଅଭାବନୀୟ ଘଟଣା । ଧାନ ପେସିବାକୁ ଯାଇ ମେସିନ ଫିତାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁଯାୟୀ, ଆଜି ସକାଳେ ନିଜ ଗାଁର ଧାନ ହଲରକୁ ଧାନ ପେସାଇ ବାକୁ ଯାଇଥିଲେ। ଧାନ ହଲର ରେ ନିଜ ଧାନ ପେସାଇ ସାରି ମଲ୍ଲୀ ନିଜ କୁଣ୍ଡା ଉଠାଇ ସମୟରେ ନିଜର ମୁଣ୍ଡ ର କେଶ୍ ଉଡି ଧାନ ମେସିନ୍ ଫିତାରେ ପଶି ଯାଇଥିଲା। ଫଳରେ ମୁଣ୍ଡର କେଶ ସହ ମୁଣ୍ଡ ଟି ଫିତା ଭିତରେ ଚାପି ହୋଇ ଯିବା ଦେଖି ଧାନ ମେସିନ୍ ଚାଳକ ପାଟଣା ଅଗ୍ନିଶମକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଚାପି ଦେଇଥିବା ମେସିନ୍ ରୁ ଉର୍ଦ୍ଧାର କରି ତୁରନ୍ତ ପାଟଣା ଗୋଷ୍ଟୀ ସୁସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମଲ୍ଲିଙ୍କର ମୃତ୍ୟୁ ହୋଇଥିଲା ।