କେରଳ ୱାୟନାଡରେ ଭୂସ୍ଖଳନ; ୧୪୩ ଛୁଇଁଲା ମୃତ୍ୟୁ ସଂଖ୍ୟା

0

ୱାୟନାଡ : ଚାରିଆଡ଼େ ଖଣ୍ଡ ବିଖଣ୍ଡିତ ଶବ । ମାଟି ତଳୁ ବାହାରୁଛି ଶରୀରର ବିଭିନ୍ନ ଅଂଶ । କେରଳର ପାହାଡ଼ିଆ ଜିଲ୍ଲା ୱାୟନାଡରେ ପ୍ରକୃତିର କରାଳ ରୂପ ଦେଖିବା ପାଇଁ ମିଳିଛି । ଏଠାରେ ଏକ ଭୂସ୍ଖଳନରେ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି। ୯୦ ରୁ ଅଧିକ ଲୋକ ନିଖୋଜ ଥିବା ଜଣାଯାଇଛି। ଏହି ବିପର୍ଯ୍ୟୟ କେରଳର ପୁରୁଣା କ୍ଷତକୁ ପୁଣି ମନେ ପକାଇ ଦେଇଛି, କାରଣରୁ କେରଳ ଅନେକ ଥର ଏଭଳି ବିପର୍ଯ୍ୟୟର ସାମ୍ନା କରିଛି ।

ଛିନ ଛତର ରେଳ ଧାରଣା । କେଉଁଠି ଗଛ ପଡ଼ି ଜିପ୍ ଭାଙ୍ଗି ରୁଜି ଯାଇଛି ତ ପୁଣି କେଉଁଠି ରାସ୍ତା ପାଲଟି ଯାଇଛି ନଈ । ଆକାଶ ମାର୍ଗରୁ ନିଆଯାଇଥିବା ଫଟୋଗପଡ଼ିକୁ ଦେଖିଲେ ଭୂସ୍ଖଳନ ପରେ କେମିତି ବିପର୍ଯ୍ୟୟ ତାଣ୍ଡବ ରଚିଛି ତାହା ସହଜରେ ଅନୁମେୟ କରାଯାଇପାରେ । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଉଦ୍ଧାର କାର୍ଯ୍ୟରେ ମେଡିକାଲ ଟିମ ସହ ୨୨୫ ଜଣ ଯବାନ ନିୟୋଜିତ ହୋଇଛନ୍ତି। ବାୟୁସେନାର ୨ଟି ହେଲିକପ୍ଟର, ଗୋଟିଏ ଏମଆଇ-୧୭ ଓ ଆଡଭାନ୍ସ ଲାଇଟ ହେଲିକପ୍ଟର ମଧ୍ୟ ସେବାରେ ନିୟୋଜିତ ଅଛନ୍ତି। ଆର୍ମି ପକ୍ଷରୁ ଆକଶ ପଥରୁ ଭୂସ୍ଖଳନ ଓ ଜଳବନ୍ଦୀ ହୋଇଥିବା ସ୍ଥାନ ଗୁଡ଼ିକର ଫଟୋ ଛଡ଼ା ଯାଇଛି। ପାରା ରେଜିମେଣ୍ଟ ପକ୍ଷରୁ କଲିକଟ ଠାରେ ଗୋଟିଏ ନିୟନ୍ତ୍ରଣ ରୁମ ଗଠନ କରାଯାଇଛି।

ସୂଚନାଯୋଗ୍ୟ ଗତକାଲି କେରଳର ୱାୟନାଡ଼ରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ବଡ଼ି ଭୋରରେ ମାତ୍ର ୪ ଘଣ୍ଟା ବ୍ୟବଧାନରେ ଘଟିଥିବା କ୍ରମାଗତ ତିନିଟି ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ଭିତରୁ ୧୨୨ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର‌୍ୟ୍ୟରେ ନୌସେନା, ସେନାବାହିନୀ, ଏନ୍ଡିଆର୍ଏଫ୍ ସାମିଲ ହୋଇଛନ୍ତି। ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଏବେ ବି ମାଟି ତଳେ ଶତାଧିକ ବ୍ୟକ୍ତି ରହିଥିବା ଆଶଙ୍କା କରାଯାଉଛି। କେରଳ ସରକାର ଏଥିପାଇଁ ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି।