ଓ୍ବାୟନାଡ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ

0

ମାଲାପୁରାମ : ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ କାର ଆଜି ମାଲାପୁରାମ ଜିଲ୍ଲାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ମନ୍ତ୍ରୀ ସାମାନ୍ୟ ଆହତ ହୋଇ ମଞ୍ଜରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ୱାୟାନାଡ ଅଭିମୁଖେ ବାହାରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେ ୱାୟାନାଡ ଭୂସ୍ଖଳନରେ ମୃତ ଓ ଆହତଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ବୀଣା ଜର୍ଜ ସାମାନ୍ୟ ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ ୱାୟନାଡ ଭୂସ୍ଖଳନରେ ମୃତ ଓ ଆହତଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ ବୀଣା ଜର୍ଜ । ଏହି ସମୟରେ ତାଙ୍କ କାର୍ ସ୍କୁଟି ସହ ପିଟି ହୋଇଥିଲେ। ଏଥିରେ ଉଭୟ ସ୍କୁଟି ଚାଳକ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ କେରଳରେ ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ୱାୟନାଡ଼ର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ଯୋଗୁଁ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି ।