(ଦିଲ୍ଲୀ) : ସାଉଦି ଆରବରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଭାରତ ସମେତ ୧୬ ଦେଶକୁ ନିଜ ନାଗରିକଙ୍କ ଯାତାୟତ ଉପରେ ରୋକ ଲଗାଇଛି ସାଉଦି ଆରବ ।
ସାଉଦି ଆରବରେ କରୋନା ଭାଇରସର ୪୧୪ ନୂଆ ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଏ ପର୍ଯ୍ୟନ୍ତ ଦେଶରେ କରୋନାର ସମୁଦାୟ ୭,୬୨,୫୭୫ କେସ୍ ମିଳିଥିବା ବେଳେ ୯୧୨୮ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି। ସାଉଦି ଆରବରେ ଗତ ୨୪ ଘଣ୍ଟାରେ କରୋନାରୁ ୪୭୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଦେଶରେ ୬୪୪୮ ଆକ୍ଟିଭ କେସ୍ ଅଛି।
ଏହି ଦେଶମାନଙ୍କ ମଧ୍ୟରେ ଭାରତ ସମେତ ଲେବନାନ, ସିରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ସୋମାଲିଆ, ଇଥିୟୋପିୟା, କାଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତାନାମ, ଓମାନିଆ, ବେଲାରୁଷ ଆଦି ଦେଶ ସାମିଲ ଅଛି।