ସଞ୍ଜୟଙ୍କ ଜନ୍ମଦିନ ଅବସରରେ କେଜିଏଫ-୨ର ପୋଷ୍ଟର

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ସିନେମା ଜଗତର ଅଭିନେତା ସଞ୍ଜୁ ବାବାଙ୍କର ୬୦ ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ଅଭିନୀତ ଆଗାମୀ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ୍-୨’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ନିଜେ ସଞ୍ଜୟ ଇନଷ୍ଟାଗ୍ରାମ ଜରିଆରେ ଏହି ପୋଷ୍ଟର ରିଲିଜ୍ କରିଛନ୍ତି। ଏଥିରେ ସେ ଅଧୀରା ଭୂମିକାରେ ନଜର ଆସିଛନ୍ତି। ‘କେଜିଏଫ୍-୨’ରେ ମଧ୍ୟ ୟଶଙ୍କ ନାୟକ ଭାବେ ଦେଖିବାକୁ ମିଳିବ। ଏହି ପୋଷ୍ଟର ସହିତ ୟଶ ସଞ୍ଜୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଞ୍ଜୟଙ୍କ ଅଧୀରା ଲୁକ୍ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ପିରିୟଡ଼-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ପ୍ରଶାନ୍ତ ନୀଲ୍ ବହନ କରିଛନ୍ତି।
ପୂର୍ବରୁ ୨୦୧୮ରେ ମୁକ୍ତିଲାଭ କରିଥିବା ‘କେଜିଏଫ୍ ଚ୍ୟାପ୍ଟର-୧’ର ଅଦମ୍ୟ ସଫଳତା ପରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏହା କନ୍ନଡ଼, ତେଲୁଗୁ, ତାମିଲ, ହିନ୍ଦୀ ଏବଂ ମାଲାୟଲମ୍ ଭାଷାରେ ମୁକ୍ତିଲାଭ କରିଥିଲା।