ଆସନ୍ତା ୨୯ ରେ ଓଡ଼ିଶା ଆସିବେ ଖଡ଼ଗେ;ଓଡ଼ିଶାରେ ବୁଥ କମିଟି, ଜିଲ୍ଲା ସଭାପତି, ବ୍ଲକ ସଭାପତି ସହ ୫୦ ହଜାର ଲୋକଙ୍କ ଉପସ୍ଥିତରେ ହେବ କାର୍ଯ୍ୟକ୍ରମ
ଭୁବନେଶ୍ୱର; ଆସନ୍ତା ୨୯ ରେ ଓଡ଼ିଶା ଆସିବେ ଖଡ଼ଗେ । ଓଡ଼ିଶାରେ ବୁଥ କମିଟି, ଜିଲ୍ଲା ସଭାପତି, ବ୍ଲକ ସଭାପତି ସହ ୫୦ ହଜାର ଲୋକଙ୍କ ଉପସ୍ଥିତ ରେ ହେବେ କାର୍ଯ୍ୟକ୍ରମ । ବିଜେଡି ଓ ବିଜେପି ର ଦୁର୍ନୀତି, ନିର୍ବାଚନ ସମୟ ରେ ଅର୍ଥ ଓ ବାହୁବଳ ର ପ୍ରତିହତ ପାଇଁ ଉପଦେସ ଦେବେ । ଗାଁ ଗହଳି ରେ ବସି ଲୋକଙ୍କ ସହ ରହି ଖଡ଼ଗେ ଙ୍କ କାର୍ୟ୍ୟକ୍ରମ ସଫଳ ପାଇଁ ନିର୍ଦ୍ଦେଶ ଅଛି । ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ଏହାକୁ ନେଇ ଜାତୀୟ ନେତା ଓଡିଶା ମୁହାଁ ହେଲେଣି । ଆଗାମୀ ଦିନରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଦେଇ ଯିବେ ସାଂସଦ ରାହୁଲ ଗାନ୍ଧୀ ।