(ରିିପୋର୍ଟସ ଟୁଡେ/ ଶୁଭସ୍ମିତା ଦାଶ ) : ବ୍ୟବସ୍ତବହୁଳ ଜୀବନ ଶେଳୀ ଏବଂ ବ୍ୟସ୍ତତା ଭିତରେ ଆମେ ଅନେକ ଜିନିଷ ଅବହେଳା କରୁଛୁ । ଏହି ସବୁ ଜିନିଷ ଆମକୁ ଶାରୀରିକ ସମସ୍ୟାର ସମ୍ମୁଖୀନ କରାଇଥାଏ । ଆମେ ଶରୀରରେ ହେଉଥିବା ଅନେକ ଅସୁବିଧାର ଗୋଟିଏ ସମାଧାନ ବିଷୟରେ କହିବାକୁ ଯାଉଛୁ । ଏହାର ସମାଧାନ ହେଉଛି ଆପଣଙ୍କ ପ୍ରିୟ ଖଜୁରୀ ସହ ଜଡିତ । ଯଦି ଆପଣ ସକାଳୁ ଗରମ ପାଣି ସହ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଇବେ ତେବେ ଆପଣଙ୍କୁ କଣ ସବୁ ଫାଇଦା ମିଳିବ ସେ ବିଷୟରେ ଜାଣିବା ।
ଡ଼ାକ୍ତରଙ୍କ ମତରେ ଡ଼ାଇବେଟିସ ରୋଗ ପାଇଁ ଏହା ଏକ ମହାଔଷଧ । ଏହାକୁ ନିମୟିତ ଖାଇବା ଦ୍ୱାରା ଆମ ଶାରୀରକୁ ଶର୍କାରର ମାତ୍ରା କମିଯାଇଥାଏ । ଏହା ସହିତ ମଧୁମେହରୁ ଦୂରେଇ ରଖିଥାଏ ।
ନିୟମିତ ଖଜୁରୀ ଖାଇଲେ ଶୀରରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହାର ଫଳ ସ୍ୱରୂପ ଅନେକ ରୋଗରୁ ଆମ ଶରୀର ଲଢେଇ କରିପାରିଥାଏ ।
ଖାସକରି ଯେଉଁମାନେ ପତଳା ଲୋକମାନେ ନିଜର ଓଜନ ବୃଦ୍ଧି କରିବା ପାଇଁ ଏହାକୁ ସେବନ କରି ପାରିବେ ।
ବୟସ ଅନୁସାରେ ଆମେ ମୁହେଁରେ ଦେଖା ଯାଉଥିବା ବୟସ ରେଖା ଏବଂ ଚର୍ବିକୁ ମଧ୍ୟ ଦୂରେଇ ରଖିଥାଏ । ଫଲରେ ଆମେ ଅଧଇକ ସମୟ ଯାଏଁ ଯୁବା ଦେଖାଯାଉ ।
କୋଷ୍ଠକାଠିନ୍ୟ , ଏସିଟିଡ଼ି ଭଳି ଅନେକ ପେଟ ଜନିତ ରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ ।
ଦିନ ସାରା କାମ କରିବା ପାଇଁ ଆପଣଙ୍କୁ ଏହା ଶକ୍ତି ଯୋଗାଇଥାଏ ।