‘ଖତ୍ରୋଁ କେ ଖିଲାଡି’ ସିଜନ୍ ୧୨ ‘ରେ ଆହତ ହେଲେ କନିକା

ଆହତ ହେଲେ କନିକା ।

0

(ମୁମ୍ବାଇ) : ଆହତ ହେଲେ କନିକା । ନିଜର ଫୋଟୋ ସୋସିଆଲ ମିଡିଆରେ ଛାଡି ସେ ଏହି ସୂଚନା ଦେଇଛନ୍ତି । ରୋହିତ ଶେଟ୍ଟୀଙ୍କ ଶୋ’ ‘ଖତ୍ରୋଁ କେ ଖିଲାଡି’ ସିଜନ୍ ୧୨ ର ସୁଟିଂ ଦକ୍ଷିଣ ଆଫ୍ରିକାର କେପଟାଉନରେ ଚାଲିଛି। ପ୍ରତିଯୋଗୀମାନେ ସେମାନଙ୍କ ଫଟୋ ଏବଂ ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ସେୟାର କରୁଛନ୍ତି।

 

ଫଟୋ ସହିତ କ୍ୟାପସନ୍ ଲେଖାଯାଇଛି, ‘କନିକାଙ୍କର ସକିଙ୍ଗ ଫଟୋ। ତାଙ୍କୁ ସମ୍ମାନ ଦିଅ ଯେ ସେ ତଥାପି ହସୁଛନ୍ତି। ବିଶେଷକରି ଯେତେବେଳେ ସେ ଶୋ’କୁ ଯିବା ପୂର୍ବରୁ ଅସୁସ୍ଥ ଥିଲେ। ଏହାକୁ ପ୍ରକୃତ ଶକ୍ତି କୁହାଯାଏ।

ସୂଚନାନୁଯାୟୀ , ଅଭିନେତ୍ରୀ କନିକା ମାନ ମଧ୍ୟ ଏହି ଶୋ’ରେ ରେ ଭାଗ ନେଇଛନ୍ତି। ଶୋ’ରେ ବେଳେବେଳେ ପ୍ରତିଯୋଗୀମାନେ ଆହତ ହୋଇଯାଆନ୍ତି। ଏକ ଟାକ୍ସ ସମୟରେ କନିକା ମଧ୍ୟ ଆହାତ ହୋଇଛନ୍ତି। ଟାକ୍ସ ସମୟରେ କନିକାଙ୍କ ପାଦ ଏବଂ ହାତ ଖଣ୍ଡିଆ ହୋଇଛି। ସେ କ୍ୟାମେରାକୁ ଚାହିଁ ନିଜର ଖଣ୍ଡିଆ ହୋଇଥିବା ହାତ ଗୋଡ ଦେଖାଇଛନ୍ତି।