(ଓମ୍ ପ୍ରକାଶ ମିଶ୍ର): ଓଡିଶା ସରକାରଙ୍କ ନିଜଶ୍ୱ ଖାଦ୍ୟ ସୁରକ୍ଷା ଯୋଜନା୨୦୧୮ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି।ରାଜ୍ୟ ସରକାରଙ୍କ ନିଜଶ୍ୱ ପାଣ୍ଠିରେ ପବତ୍ତିତ ଏହି ଯୋଜନାରେ ଜିଲ୍ଲାର ୩୭ ହଜାର ୭୭୨ ଜଣ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ପ୍ରଥମ ଦଫାରେ ୧୧ ହଜାର ୨୦ ଟି ପରିବାରକୁ କରାଯାଇ ଖାଉଟି କାଡ଼ର୍ ବଣ୍ଟନ କରାଯାଇଛି।ଏହି ଅବସରରେ ଆୟୋଜିତ ଜିଲ୍ଲା ସ୍ତରିୟ ସମାରୋହରେ ବିରମହାରାଜ ପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଯୋଗ୍ୟ ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ହେବେନାହି ସେଥିପ୍ରତି ଦୁଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ।ଜିଲ୍ଲାର ୩ ଟି ସହରାଞ୍ଚଳ ସମେତ ୬ ଟି ବ୍ଳକରେ ଵଳକା ଥିବା ୫ ହଜାର ୪୬୮ ଜଣ ହିତାଧିକାରୀଙ୍କୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ସାମିଲ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ,ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ବିବେକାନନ୍ଦ କକରା ପ୍ରମୁଖ ଉପସ୍ଥିତ ଥିଲେ।