ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ସମ୍ମାନିତ ହେବେ ୪ ଖେଳାଳି

0

ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ସୁଟର ମନୁ ଭକରଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। ତାଙ୍କ ସହ ବିଶ୍ୱ ଚାମ୍ପିୟନ ଚେସ ଖେଳାଳି ଡି ଗୁକେଶଙ୍କୁ ମଧ୍ୟ ଖେଳରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ଖବର ଆସୁଥିଲା ଯେ ମନୁ ଭକରଙ୍କ ନାମ ଖେଳ ରତ୍ନ ପାଇଁ ଚୟନ କରାଯାଇ ନାହିଁ, କିନ୍ତୁ ବର୍ତ୍ତମାନ ଏହି ଭେଟେରାନ ଖେଳାଳି ଦେଶର ସବୁଠୁ ବଡ କ୍ରୀଡା ପୁରସ୍କାର ପାଇବାକୁ ଯାଉଛନ୍ତି। ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ଏବଂ ୨୫ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଥିଲେ। ସମାନ ଅଲିମ୍ପିକ୍ସରେ ସେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ।


ଚେସ ଖେଳାଳି ଡି ଗୁକେଶଙ୍କୁ ମଧ୍ୟ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ। ଗତ ମାସରେ ଡିସେମ୍ବର ୧୨ ରେ ଗୁକେଶ ବିଶ୍ୱ ଚେସ ଚାମ୍ପିୟନ ହୋଇଥିଲେ । ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପରେ ଚୀନ୍ର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଗୁକେଶ ଟାଇଟଲ ଜିତିଥିଲେ। ସେ ମାତ୍ର ୧୮ ବର୍ଷ ବୟସରେ ବିଶ୍ୱ ଚାମ୍ପିୟନ ହୋଇଥିଲେ, ଯାହାକି ଏକ ବିଶ୍ୱ ରେକର୍ଡ। ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ଏବଂ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରବୀଣ କୁମାରଙ୍କୁ ମଧ୍ୟ ଖେଲ ରତ୍ନ ପୁରସ୍କାର ପ୍ରଦାନ କରାଯିବ।

ହରମାନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି। ହାଇ ଜମ୍ପ T64 ଇଭେଣ୍ଟରେ ପ୍ରବୀଣ କୁମାର ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରବୀଣ କୁମାର ଏସୀୟ ରେକର୍ଡ ଭାଙ୍ଗି ଏହି ସଫଳତା ହାସଲ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ଅର୍ଜୁନ ପୁରସ୍କାର ସହିତ ୩୨ ଆଥଲେଟ୍ଙ୍କୁ ସମ୍ମାନିତ କରିବ, ସେମାନଙ୍କ ମଧ୍ୟରୁ ୧୭ ଜଣ ପାରା ଆଥଲେଟ୍ ଅଟନ୍ତି ଜ୍ଝ ଭିନ୍ନ ଭିନ୍ନ କ୍ରୀଡାରେ ସଫଳତା ପାଇଁ ୩୨ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର । ୩ଜଣ ବିଶିଷ୍ଟ କୋଚଙ୍କୁ ୨୦୨୪ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ।