ଖେଲୋ ଇଣ୍ଡିଆ: ଟେନିସ ସେମିଫାଇନାଲରେ ଗୁଜୁରାଟ ବିଶ୍ୱବିଦ୍ୟାଳୟ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଚାଲିଥିବାବେଳେ ଆଜି ଟେନିସରେ ଗୁଜୁରାଟ ବିଶ୍ୱବିଦ୍ୟାଳୟ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ପରାଜିତ କରି ସେମିଫାଇନାଲରେ ପ୍ରବେଶ କରିଛି। ଗୁଜୁରାଟ ବିଶ୍ୱବିଦ୍ୟାଳୟର ଇଶ୍ୱରୀ ସେଠ,ପଞ୍ଜାବ ବିଶ୍ୱବିଦ୍ୟାଳୟର ହିମାଂଶିକା ସିଂଙ୍କୁ ପରାସ୍ତ କରିଛନ୍ତି। ଉଭୟ ଖେଳାଳୀ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣର ଆୟୋଜନକୁ ନେଇ ଓଡ଼ିଶା ସରକାର ଓ କିଟ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ।