ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ଆଗାମୀ ସ୍ନାନ ଯାତ୍ରା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଯାତାୟାତ ଓ ଶୃଙ୍ଖଳିତ ଦର୍ଶନ ତଥା ସୁରକ୍ଷିତ ରଥ ଟଣା ଆଦି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ଖୁରାନିଆ ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଆଜି ପୁରୀ ଗସ୍ତରେ ଆସି ରଥଯାତ୍ରା ଓ ଶ୍ରୀମନ୍ଦିର ସୁରକ୍ଷା ଉପରେ ସମିଖ୍ୟା କଲେ ଡିଜିପି ୱଇବି ଖୁରାନିଆ। ତାଙ୍କ ସହିତ ଏଡିଜି ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଆଇଜି ସିଆର୍ ପ୍ରବିଣ କୁମାର, ଆଇଜି ଅନୁପ ସାହୁ, ଡିଆଇଜି ପିନାକ ମିଶ୍ର , ଡିଆଇଜି ବି ଗଙ୍ଗାଧର ଓ ଏସପି ବିନିତ ଅଗ୍ରୱାଲ ପ୍ରମୁଖ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ସମିକ୍ଷା କରିଥିଲେ । ଏହାପରେ ପୁଲିସ ଜିଲ୍ଲାର ମୁଖ୍ୟ କାର୍ୟ୍ୟାଳୟରେ ବୈଠକ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।