ପ୍ରେମିକାର ପ୍ରେମ ପାଇଁ ଅପହରଣ

0

ଭୂବନେଶ୍ୱର : ଓଡିଶାରେ ପ୍ରାୟ ପ୍ରତିଦିନ ପ୍ରେମ ପ୍ରତାରଣା କେସ କଥା ଶୁଣିବାକୁ ମିଳୁଛି । କେତେ ବେଳେ ପ୍ରେମିକ ପାଇଁ ପ୍ରେମିକା ଜୀବନ ହାରୁ ଥିବା ବେଳେ ପ୍ରେମିକା ମାନେ ମଧ୍ୟ ଧୋକା ଖାଇଲେ ନିଜର ଜୀବନ ଦେବାକୁ ପଛାଉ ନାହାନ୍ତି । କିନ୍ତୁ ଆଜି ଧଉଳି ଅଞ୍ଚଳରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି । ପ୍ରେମିକାର ଅନ୍ୟତ୍ର ବିବାହ ଠିକ ହୋଇ ଯିବାକୁ ପ୍ରେମିକ ଜଣଙ୍କ ଯୁବତୀଙ୍କ ଭାବି ସ୍ୱାମୀକୁ ଅପହରଣ ପାଇଁ କରିଛନ୍ତି ଚେଷ୍ଟା । ଏଥିରେ ବିଫଳ ହେବା ପରେ ଗାଁ ଲୋକଙ୍କ ନିର୍ଧୁମ ମାଡ ମାରିବା ସହ ଦେଇଛନ୍ତି ପୋଲିସ ଜିମାରେ ।

ସୂଚନାଯୋଗ୍ୟ ଡେଲାଙ୍ଗ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଧଉଳି ପାଖରେ ଥିବା ଏକ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା । ଏବଂ ଗତ କାଲି ତାଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା । ଏହି ଖବର ପ୍ରେମିକ ପାଖରେ ପହଞ୍ଚିବା ପରେ ସେ ନିଜର ୩ ଜଣ ସାଙ୍ଗଙ୍କ ସହ ଧଉଳି ଅଞ୍ଚଳରେ ଥିବା ବରର ଗାଁକୁ ଆସିଥିଲେ । ୨ ଜଣ ସାଙ୍ଗକୁ ନଦୀବନ୍ଧ ପାଖରେ ଠିଆ କରାଇ ସେ ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ଯୁବକର ଘର ପାଖକୁ ଯାଇ ଅପହରଣ କରିବା ପାଇଁ ଗାଡିରେ ବସାଇବା ସମୟରେ ଗାଁ ଲୋକ ଯୁବକ ଓ ତା ସାଙ୍ଗକୁ ଅଟକାଇବାରେ ସମର୍ଥ ହୋଇଥିଲେ । ପରେ ଗାଁ ଲୋକ ୨ ଜଣଙ୍କୁ ମାଡ ମାରିବା ସହ ପୋଲିସ ଜିମା ଦେଇଥିଲେ । ପୋଲିସ ବର ଓ କନ୍ୟା ଉଭୟ ପକ୍ଷକୁ ଡକାଇ ମାମଲାର ଆପୋସ ସମାଧାନ ପାଇଁ ଚେଷ୍ଟା କରୁଛି । ଏବଂ ଏହି ମାମଲାରେ ସାମିଲ ଥିବା ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି ।