କିଟ୍ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ବଢୁଛି ବିବାଦ । ରାଜ୍ୟ ରାଜନିତୀ ସରଗରମ ହେବା ସହ କମ୍ପୁଛି ବିଧାନସଭା ଗୃହ । ସେପଟେ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଏବେବି ଚାରିଆଡେ ପ୍ରତିବାଦ ଦେଖିବାକୁ ମିଳୁଛି । ଧୀରେ ଧୀରେ ଏହି ଖବର ବିଦେଶରେ ମଧ୍ୟ ବ୍ୟାପିଲାଣି । ସେପଟେ ଛାତ୍ରୀ ମୃତ୍ୟୁ ସହିତ କିଟରୁ ନେପାଳ ପିଲାଙ୍କୁ ବିଦା କରିବା ଘଟଣାକୁ ଆହୁରୀ ବିବାଦୀୟ କରିଛି । ଏହାରି ଭିତରେ ନେପାଳରେ ମଧ୍ୟ ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ଦେଖିବାକୁ ମିଳିଛି । ହାତରେ ପ୍ଲାଏ କାର୍ଡ ଧରି ବିଭିନ୍ନ ନାରାବାଜି ସହ ଛାତ୍ରୀଙ୍କ ପରିବାକୁ ତୁରନ୍ତ ନ୍ୟାୟ ଦାବି କରିଛନ୍ତି ଆନ୍ଦୋଳନକାରୀ।
ସେପଟେ କିଟ୍ କଲେଜ୍ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ନ୍ୟାୟ ଦାବି କଲେ ମୃତ ଛାତ୍ରୀଙ୍କ ବାପା। କହିଲେ ଓଡ଼ିଶା ପୋଲିସ ଓ ଏଠାକାର ନାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ଝିଅ ମୃତ୍ୟୁ ପାଇଁ ତାଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ମୃତ ଛାତ୍ରୀଙ୍କ ବାପା କହିଛନ୍ତି। ପ୍ରେମ, ପ୍ରତାରଣାକୁ ନେଇ କିଟ୍ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ପରେ ତାଙ୍କ ପୁରୁଷ ବନ୍ଧୁକୁ ଗିରଫ କରାଯାଇଛି। ଛାତ୍ରୀ ମୃତ୍ୟୁକୁ ନେଇ ଗତକାଲି କଲେଜ କ୍ୟାମ୍ପସରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଥିଲା। ନେପାଳୀ ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି।
ସେପଟେ ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ସରିଛି । ପ୍ରକୃତରେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମର୍ଡର କରାଯାଇଛି ତାହା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହେବ । କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମୁଂହରେ ମାସ୍କ ପିନ୍ଧି ଶାନ୍ତିପୂର୍ଣ୍ଣ ଧାରଣା। ବିଶ୍ୱବିଦ୍ୟାଳୟ ରେ ସୁରକ୍ଷିତ ନଥିବା ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା। ଏହି ଘଟଣାରେ ସଠିକ ତଦନ୍ତ କରାଯାଇ ସେହି ଝିଅ କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।