(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ)କୁ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ (ୟୁଜିସି) ଇ୍ମୃିଚ୍ୟୁଟ ଅଫ ଏମିନେନ୍ସ (ଆଇଓଇ) ମାନ୍ୟତା ଦେବାକୁ ସୁପାରିଶ କରିଛି । ଫଳରେ ଏଠାରେ ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା ଶ୍ରେଣୀରେ ଅନ୍ତଭୁକ୍ତ ହୋଇପାରିବ ।
ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୟୁଜିସି ପୂର୍ଣ୍ଣ ଆୟୋଗ ବୈଠକରେ ଏହି ସୁପାରିଶ ହୋଇଥିବା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଓଡିଶାର ୧୦ଟି ପବ୍ଲିକ ଓ ୧୦ଟି ପ୍ରାଇଭେଟ ଇନ୍ଷ୍ଟିଚ୍ୟୁଟ ମଧ୍ୟରୁ କିଟ ଏକମାତ୍ର ସଂସ୍ଥା ଯାହା ଆଇଓଇ ମାନ୍ୟତା ପାଇବ ।
ସୂଚନାଯୋଗ୍ୟ, ୨୦୧୬ରେ ମୋଦି ସରକାର ବିଶ୍ୱର ୧୦୦ଟି ସର୍ବୋତ୍ତଇନ୍ଷ୍ଟିଚ୍ୟୁଟରେ ଦେଶର ୨୦ଟି ନାମକରା ଇନ୍ଷ୍ଟିଚ୍ୟୁଟକୁ ସାମିଲ କରାଇବା ଲକ୍ଷ୍ୟରେ ଆଇଓଇ ସ୍କିମର ପ୍ରଚଳନ ଆରମ୍ଭ କରିଥିଲେ । ଯେତେବେଳେ ପବ୍ଲିକ ଇନ୍ଷ୍ଟିଚ୍ୟୁଟ କେନ୍ଦ୍ର ଓ ରାଜ୍ୟ ଅନୁଦାନରେ ପରିଚାଳିତ ହେବ, ଘରୋଇଭାବେ ପରିଚାଳିତ ସଂସ୍ଥା ଏହି ମାନ୍ୟତା ପାଇବା ପରେ ସ୍ୱୟଂ ଶାସିତଠୁ ଅଧିକ ସ୍ୱତନ୍ତ୍ର କ୍ୟାଟେଗୋରୀ ଡିମ୍ଡ ୟୁନିଭର୍ସିଟିର ମାନ୍ୟତା ହାସଲ କରିବ ।