ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଘରୁଡାକି ନେଇ ହତ୍ୟା। ହତ୍ୟାକରି ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ। ଗତକାଲି ଅପରାହ୍ନ ସମୟରେ ଯୁବତୀଙ୍କୁ ଫନ୍ କରି ଡାକିଥିଲେ ଯୁବକ । ପରେ ତାଙ୍କୁ ହତ୍ଯାକରି ବିଷମକଟ ଥାନା ଅନ୍ତର୍ଗତ କିରିବିରି ଛକ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇ ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କରିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ବିଷମକଟକ ଥାନା ବ୍ଲକ କୋଲନୀର ନିତୁ ନାଉରି ବଲି ଜଣାପଜିଛି । ଦିର୍ଘଦିନ ହେବ ଯୁବକଜଣକ ଯୁବତୀଙ୍କୁ ପ୍ରେମ କରୁଛି ଓ ବାହାହେବାକୁ ଚାହୁଛି କହି ଯୁବତୀଙ୍କ ଘରକୁ ଯିବା ଆଶିବା କରୁଥିଲେ। ପରେ ଯୁବତୀଙ୍କ ପରିବାର ମନା କରିଦେବାରୁ ଗତକାଲି ଯୁବତୀଙ୍କୁ ଫନ୍ ମାଧ୍ୟମରେ ଡାକି ଏଭଳି ଘୋଟଣା ଘଟେଇଥିବା ପରିବାର ଲୋକେ କହିଛନ୍ତି। ଯୁବକ ଜଣକ ଗୁଣୁପୁର ମରାଠିଗୁଡାର ମାନୁଆଲ ସବର ବଲି ଜଣାପଡିଛି। ଘୋଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ପକ୍ରିୟାକୁ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍ ପହଞ୍ଚିଲା ପରେ ଘୋଟଣା ସତ୍ଯାସତ୍ଯ ପଦାକୁ ଆଶିବ ବଲି ପୋଲିସ କହିଛି। ସେପଟେ ତଦନ୍ତକରି ଅଭିଯୁକ୍ତଙ୍କୁ କୋଠର ଦଣ୍ଡ ଦେବାପାଇଁ ପରିବାର ତରଫରୁ ଦାବି ହୋଇଛି।