କଳିଙ୍ଗ ଷ୍ଟାଡିୟମ୍ ଠାରେ ଆରମ୍ଭ ହେବ କଳିଙ୍ଗ ସୁପର କପ୍

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ : ଆସନ୍ତା କାଲି ଠାରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆରମ୍ଭ ହେବ କଳିଙ୍ଗ ସୁପର କପ୍। ଚଳିତ ଏପ୍ରିଲ ମାସ ୨୦ ତାରିଖ ଠାରୁ ଆସନ୍ତା ମେ’ ମାସ ୩ ତାରିଖ ପର୍ୟ୍ୟନ୍ତ କଳିଙ୍ଗ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କଳିଙ୍ଗ ଷ୍ଟାଡିୟମ ଠାରେ କରାଯିବ। ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ମୋଟ୍ ୧୬ ଦଳ ସୁପର କପ୍ରେ ଭାଗ ନେଉଛନ୍ତି । ୧୩ଟି ଦଳ ଆଇଏସ୍ଏଲ ଏବଂ ୩ଟି ଦଳ ଆଇଲିଗରୁ ରହିଛନ୍ତି । ପ୍ରତିଯୋଗିତା ଆସନ୍ତା ୨୦ରୁ ଆରମ୍ଭ ହେବ ଏବଂ ମେ’ ୩ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।


ଉଦ୍ଘାଟନୀ ମ୍ୟାଚ୍ କେରଳ ବ୍ଲାଷ୍ଟର୍ସ ଏଫ୍ସି ଏବଂ ଇଷ୍ଟ୍ବେଙ୍ଗଲ ଏଫ୍ସି ମଧ୍ୟରେ ଖେଳାଯିବାର ସୂଚୀ ରହିଛି । ଆସନ୍ତା ୨୦ରୁ ୨୪ ତାରିଖ ମଧ୍ୟରେ ରାଉଣ୍ଡ ୧୬ ଏବଂ ୨୬ ଓ ୨୭ରେ କ୍ୱାର୍ଟର ଫାଇନାଲ ରହିଛି । ସେହିପରି ୩୦ ତାରିଖରେ ସେମି ଫାଇନାଲ ଏବଂ ମେ’ ୩ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।
ପୂର୍ବ ସଂସ୍କରଣ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା । ଘରୋଇ ଓଡ଼ିଶା ଏଫ୍ସିକୁ ପରାଜିତ କରି ଇଷ୍ଟ୍ବେଙ୍ଗଲ ଚାମ୍ପିଅନ ହୋଇଥିଲା । ଚଳିତ ବର୍ଷ କଳିଙ୍ଗ ସୁପର କପ୍ର ଚାମ୍ପିଅନ ୨୦୨୫-୨୬ ଏଏଫ୍ସି ଚାମ୍ପିଅନ୍ସ ଲିଗ୍-୨ ପ୍ରିଲିମିନାରୀ ରାଉଣ୍ଡକୁ ଯୋଗ୍ୟତା ହାସଲ କରିବ ।