ମାମଲା ରୁଜୁ ନହେବାରୁ ବହଳଦା ଥାନା ଆଗରେ କିନ୍ନରଙ୍କ ଉତ୍ପାତ…

0

ମୟୁରଭଞ୍ଜ ଜିଲ୍ଲାର ବହଳଦା ଥାନାରେ ଘଟିଯାଇଛି ଏକ ଅପ୍ରିତିକର ଓ ଲଜ୍ଜାଜନକ ଘଟଣା । ଯୁବତୀଙ୍କର ଓଷ୍ମିଳ ଫୋଟ ପ୍ରେମିକ ଭାଇରଲ କରିଥିବା ନେଇ ଝାରଖଣ୍ଡ ଅଞ୍ଚଳର  କିନ୍ନରଙ୍କ ଏକ ଦଳ ବହଳଦା ଥାନରେ ଭଙ୍ଗାରୁଜା କରିବା ସହିତ ଉଲଗ୍ନ ହୋଇ ଉତ୍ପାତ କରିଥିଲେ । ସୂଚନା ଅନୁସାରେ ଝାରଖଣ୍ଡ ଜାମସେଦପୁର ଅଞ୍ଚଳର କିନ୍ନରଙ୍କ ଏକ ଦଳ ବହଳଦା ଥାନା ଅଞ୍ଚଳର ଜଣେ ଯୁବକଙ୍କ ବିରୁଦ୍ଧରେ ପ୍ରେମ ପ୍ରତାରଣା ମାମଲା ରୁଜୁ କରିବାକୁ ଆସିଥିଲେ । ହେଲେ ବହଳଦା ଥାନା ପରିସରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ମାମଲା ରୁଜୁ କରାଯାଇନଥିଲା । ବହଳଦା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ମୁଣ୍ଡା ଯେହେତୁ ମାମଲା ଟି ଝାରଖଣ୍ଡ ରାଜ୍ୟର ତେଣୁ ଝାରଖଣ୍ଡ ର ସମ୍ପୃକ୍ତ ଥାନା ଅଞ୍ଚଳରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିଲେ । ଜଗନ୍ନାଥ ମୁଣ୍ଡା ଙ୍କର ଏହି କଥା ଶୁଣି କିନ୍ନର ମାନେ ଉତକ୍ଷିପ୍ତ ହୋଇ ଉଠିଥିଲେ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମ ମାନଙ୍କୁ କାହିଁକି ଅପେକ୍ଷା କରେଇ ରଖିଥିଲ। ଏଠାରେ ମାମଲା ରୁଜୁ ହୋଇ ପାରିବ ନାହିଁ ବୋଲି କାହିଁକି ଜଣାଇଲ ନାହିଁ କହି ଉତ୍ୟକ୍ତ ହୋଇ ଥାନା ପରିସରରେ ଥିବା ଦରକାରୀ କାଗଜ ପତ୍ର ଓ ଟେବୁଲ ଚେୟାର, ଫୁଲଦାନୀ ସବୁ ଭାଙ୍ଗି ଦେଇଥିଲେ। ଏପରିକି କେତେକ କିନ୍ନର ଉଲଗ୍ନ ହୋଇ ବହଳଦା ଥାନା ହାଏ ହାଏ ବୋଲି ନାରା ଲଗାଇ ଥିଲେ। ସୂଚନା ଥାଉକି, ବହଳଦା ଥାନା ଅଞ୍ଚଳର ଜଣେ ଯୁବକ ଝାରଖଣ୍ଡ ଜାମସେଦପୁର ଅଞ୍ଚଳର କିନ୍ନରଙ୍କ ପରିଚିତ ଜଣେ ଯୁବତୀଙ୍କ ସହ ପ୍ରେମାଳାପ ସମୟର ଅନ୍ତ୍ରରଙ୍ଗ ମୁହୂର୍ତ୍ତ ର ଚିତ୍ର ସୋସିଆଲ ମିଡିଆରେ ଭାଇରଲ କରିଥିଲା,ଯାହାକୁ ନେଇ କିନ୍ନର ମାନେ ଝାରଖଣ୍ଡ ର ରାଜନଗର ଥାନାରେ ଅଭି ଯୋଗ କରିବାକୁ ଯାଇଥିବାବେଳେ ସେଠିକାର ଥାନା ଅଧିକାରୀ ବହଳଦା ଥାନା କୁ ଯିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ଅଭିଯୁକ୍ତ ଯୁବକ ଫେରାର ଥିବାବେଳେ ତାଙ୍କ ପିତାଙ୍କୁ ଥାନାକୁ ଡକା ଯାଇଥିଲା । ବହଳଦା ଥାନାରେ ମାମଲା ରୁଜୁ ନ ହେବା ଫଳରେ ଅଭିଯୁକ୍ତ ଯୁବକଙ୍କ ପିତାଙ୍କ ଉପରେ ମଧ୍ୟ ବହଳଦା ଥାନା ପୋଲିସ ଉପସ୍ଥିତିରେ ଉତ୍ୟକ୍ତ କିନ୍ନର ମାନେ ଆକ୍ରମଣ କରିଥିବାର ଦେଖିବାର ମିଳିଥିଲା । ଜଣେ ଯୁବତୀ କିନ୍ନରଙ୍କୁ ଡକାଇ ବହଳଦା ଥାନାରେ ଅଭାବନୀୟ କାଣ୍ଡ ଘୋଟାଯାଇଥିବା ନେଇ ଉକ୍ତ ଯୁବତୀଙ୍କ ନାମ ରେ ଏକ ମାମଲା ମୟୁରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ  କ୍ରମେ ମାମଲା ରୁଜୁ କରାଯାଇଥିବା ନେଇ ବହଳଦା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ମୁଣ୍ଡା ପ୍ରକାଶ କରିଛନ୍ତି ।