କିନ୍ନରଙ୍କୁ କାଉଡିଆଙ୍କ ସଂଘବଦ୍ଧ ଆକ୍ରମଣ, ବଞ୍ଚାଇଦେଲା ପୋଲିସ

0

ଚୋର ବୋଲି ସନ୍ଦେହ କରି ଜଣେ କିନ୍ନରଙ୍କୁ କାଉଡିଆଙ୍କ ସଂଘବଦ୍ଧ ଆକ୍ରମଣରୁ ରକ୍ଷା କରିଛି ପୋଲିସ । କାଉଡିଆମାନେ କିନ୍ନରକୁ ମାଡ ମାରିବା ସହ ତାର ଲୁଗାପଟା ଚିରିଦେଇଥିବା ଅଭିଯୋଗ ହୋଇଛି । ଘଟଣାର ଭିଡିଓ ଭାଇରାଲ ହେଉଛି । ଏହି ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦରେ ମଙ୍ଗଳବାର ରାତିରେ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗାଜିଆବାଦର କଆଁର ନିକଟ ମିରଟ ରୋଡରେ ସୋମବାର ରାତିରେ କିଛି କାଉଡିଆ କ୍ୟାମ୍ପ କରି ରହିଥିଲୋ ଜଣେ କିନ୍ନର କ୍ୟାମ୍ପ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଏପରି ବୁଲିବା ଦେଖି କାଉଡିଆଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା କି ସେ ହୁଏତ ଚୋରି କରିବାକୁ ବୁଲୁଥାଇ ପାରନ୍ତି । ତେଣୁ କାଉଡିଆମାନେ ସଂଘବଦ୍ଧ ହୋଇ ସେହି କିନ୍ନରଙ୍କୁ ଧରି ମାଡ ମାରିବା ସହ ତାଙ୍କ କପଡା ଚିରି ଦେଇଥିଲେ । ଖବର ପାଇ ସିହାନି ଗେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ପୋଲିସ ପହଞ୍ଚିବା ପରେ ମଧ୍ୟ କାଉଡିଆ କିନ୍ନରକୁ ଛାଡିନଥିଲେ । ବହୁ କଷ୍ଟରେ ପୋଲିସ ତାଙ୍କୁ କାଉଡିଆଙ୍କ ହାତରୁ ଉଦ୍ଧାର କରି କାରରେ ବସାଇ ପୋଲିସ ଷ୍ଟେସନ ନେଇଆସିଥିଲେ । ପୋଲିସ କହିଛି, ଭୁଲ ବୁଝାମଣାରୁ ଏପରି ଘଟଣା ଘଟିଛି ।