(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଥାଇଲାଣ୍ଡରେ ରହୁଥିବା ଏହି ଦମ୍ପତ୍ତି ପୂରା ୫୮ ଘଣ୍ଟା ପର୍ଯ୍ୟନ୍ତ କିସ୍ କରି ରେକର୍ଡ଼ ଭାଙ୍ଗିଛନ୍ତି । କେବଳ ସେତିକି ନୁହେଁ ଏକ ବିଶ୍ୱ ରେକର୍ଡ଼ ସୃଷ୍ଟି କରିବା ସହିତ ହଜାର ହଜାର ଟଙ୍କାର ପୁରସ୍କାର ଜିତିଛନ୍ତି ।
ଏହି ଦମ୍ପତ୍ତିଙ୍କ ନାଁ ଏକ୍କଚଇ ଏବଂ ଲକସାନା । ଏମାନେ ୧୦-୧୫ ମିନିଟ୍ ନୁହେଁ ବରଂ ପୁରା ୫୮ ଘଣ୍ଟା ୩୫ ମିନିଟ୍ ୫୮ ସେକେଣ୍ଟ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ କିସ୍ କରିଛନ୍ତି । ଏମାନଙ୍କୁ ଏଥିପାଇଁ ବିଶ୍ୱ ରେକର୍ଡ଼ରେ ସାମିଲ କରାଯାଇଛି କାରଣ ସେମାନେ ପରିସ୍ରା ଯିବା ସମୟରେ ମଧ୍ୟ ଦୁହେଁ ଦୁହେିଁଙ୍କୁ କିସ କରିବା ବନ୍ଦ କରନଥିଲେ ।
ଏହି କାରଣରୁ ଦୁହେଁଙ୍କ ନାଁ ଏକ ଭିନ୍ନ ରେକଡ଼ଁରେ ସମାିଲ କରାଯାଉଇଛି । ଏହାକୁ ଦୁନିଆର ସବୁଠୁ ଲମ୍ବା କିସ ବୋଲି କୁହାଯାଉଛି । ଏଥିପାଇଁ ଏମାନଙ୍କୁ ପୁରଷ୍କାର ସ୍ପରୂପ ୨ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ଦୁଇଟି ହୀରା ମୁଦି ଦିଆଯାଇଛି ।