କୋଲକାତା ନାଇଟ ରାଇଡର୍ସ ଅଧିନାୟକ ନିତୀଶ ରାଣାଙ୍କୁ ବଡ ଝଟକା ।ନୀତୀଶ ରାଣାଙ୍କ ସ୍ଲୋ ଓଭର ଯୋଗୁଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।ଆଇପିଏଲ ୨୦୨୩ରେ ସୋମବାର ଖେଳାଯାଇଥିବା ମ୍ୟାଚରେ କେଲକାତା ନାଇଇଟ ରାଇଡର୍ସକୁ ପଞ୍ଜାବକୁ ୫ୱିକେଟରେ ହରାଇଛି । ଆଉ ପ୍ଲେ ଅଫରେ ଖେଳିବାର ସମ୍ଭାବନା ରଖିଛି । ଆଇପିଏଲ୍ ପକ୍ଷରୁ ଜାରି ହୋଥିବା ପ୍ରେସ ରିଲିଜରେ କୁହାଯାଇଛି ।
ପ୍ରେସ ରିଲିଜରେ କୁହାଯାଇଛି କି, କୋଲକତା ନାଇଟ ରାଇଡର୍ସ ଅଧିନାୟକ ନୀତୀଶ ରାଣାଙ୍କୁ ଜରିମାନା ଲାଗିଛି । ନୀତୀଶ ରାଣା ଏବଂ ତାଙ୍କ ଟିମ୍ ସ୍ଲୋ ଓଭର ରେଟ୍ ଯୋଗୁଁ ଜରିମାନା ଲାଗିଛି ।ଯଦି ଆଗକୁ ସିଜିନରେ ନୀତୀଶ ରାଣା ଏବଂ କେକେଆର ଟିମ୍ ଦ୍ୱିତୀୟ ଥର ଏଥିପାଇଁ ଦୋଷୀ ପ୍ରମାଣିତ ହୁଅନ୍ତି, ସେମାନଙ୍କ ଅଡୁଆ ବଢିଯିବ । ଆଉ ଥରେ ଭୁଲ୍ କଲେ ସଂପୂର୍ଣ୍ଣ ମ୍ୟାଚ୍ ଫି କଟିବା ସହିତ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ଲାଗିପାରେ ।