ଶୀତଦିନେ ପିଅନ୍ତୁ ଗାଜର ଜୁସ, ମିଳିବ ଅନେକ ଫାଇଦା

0

ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ ତେଣୁ ଡାକ୍ତର ମଧ୍ୟ ସକାଳୁ ଗାଜର ଖାଇବାକୁ ପରାମର୍ଶ ଦେଇଥାନ୍ତି ହେଲେ କଞ୍ଚା ଗାଜର ଖାଇବା ଠାରୁ ଗାଜର ଜୁସ୍ ଅଧିକ ଲାଭଦାୟକ ହୋଇଥାଏ ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ଗାଜର ଜୁସ୍ରେ ଅଧିକ ପରିମାଣର ଭିଟାମିନ୍ ରହିଛି, ଯାହା ଦୃଷ୍ଟି ଶକ୍ତି ବଢାଇବାରେ ବେଶ୍ ସହାୟକ ହୋଇଥାଏ

ଗାଜର ରସ ଆଖି ପାଇଁ ବହୁତ ଭଲ ଗାଜର ରସରେ ଅନେକ ପରିମାଣର ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ ଏହି ଜୁସ୍ ଇମ୍ୟୁନିଟି ସିଷ୍ଟମ୍କୁ ମଜବୁତ କରିବାରେ ସାହାଯ୍ୟ କରେ ଏହି ରସରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଗାଜର ଜୁସ୍ ପିଇବା ଏହା ଦ୍ୱାରା ସୁଗର ଲେବଲ୍କୁ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ ଗାଜର ଜୁସ୍ରେ ଅଧିକ ପରିମାଣର ଭିଟାମିନ୍ ସି ଥାଏ ଏହି ଜୁସ୍ ସ୍କିନକୁ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିଥାଏ

ଏହି ଜୁସ୍ ଆଣ୍ଟି ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣରେ ଭରପୂର ରହିଥାଏ ଏହା ଲିଭର ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ ଏଥି ସହିତ ଗାଜର ଜୁସ୍ରେ ଅଧିକ ପରିମାଣର ପୋଟାସିୟମ୍ ଥାଏ ଯାହାଦ୍ଵାରା ରକ୍ତଚାପର ସ୍ତର ନିୟନ୍ତ୍ରଣରେ ରହିଥାଏ ଏହା ହୃଦରୋଗକୁ ଦୂରେଇ ରଖିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ ଗାଜର ଜୁସ୍ରେ କର୍କଟ ବିରୋଧୀ ଗୁଣ ରହିଛି ଅଧ୍ୟୟନ ଅନୁଯାୟୀ, ଏହି ରସ ପିଇବା ଦ୍ୱାରା କର୍କଟ ରୋଗରୁ ରକ୍ଷା ମିଳିଥାଏ