ଗତ କିଛି ଦିନ ହେବ ସୁନା ଦର ହ୍ରାସ ପାଇଁ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲା। ହେଲେ ଦୁଇ ଦିନ ହେବ ସୁନା ମୂଲ୍ୟ ଲଗାତାର ବଢ଼ି ବଢ଼ି ଚାଲିଛି। ଆଜି ଭୁବନେଶ୍ୱରେ ୧୮ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୧ ହଜାର ୫୧୦ ଟଙକା ବୃଦ୍ଧି ହୋଇ ୭୧ ହଜାର ୫୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧ ହଜାର ୮୫୦ ଟଙ୍କା ମୁଲ୍ୟ ବୃଦ୍ଧି ୮୭ ହଜାର ୪୫୦ ଟଙ୍କା ହୋଇଛି । ଏବଂ ୨୪ କ୍ୟାରେଟ ସୁନା ମୁଲ୍ୟ ୨ହଜାର ୨୦ ଟଙ୍କା ବୃଦ୍ଧି ପାଇଁ ୯୫ ହଜାର ୪୦୦ ଟଙ୍କା ହୋଇଛି ।
ପୂର୍ବ ଦିନ ୧୮ କ୍ୟାରେଟ ପ୍ରତି ୧୦୦ ଗ୍ରାମ ପିଛା ୧୫ ହଜାର ଓ ୨୨ କ୍ୟାରେଟ ୧୦୦ ଗ୍ରାମ ପିଛା ୨୦ ହଜାର ଏବଂ ୨୪ କ୍ୟାରେଟ୍ ସୁନା ପ୍ରତି ୧୦୦ ଗ୍ରାମ ପିଛା ୨୭,୪୦୦ ଟଙ୍କା ବୃଦ୍ଧି ପାଇଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ ଗତ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି। ୩ ଦିନରେ ୫ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା । ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି । ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାବରେ ସୁନା, ରୁପା ମୂଲ୍ୟ ବି ଆକାଶ ଛୁଆଁ ହୋଇଯାଇଛି ।