ମେଷ;- ଗୃହ କାର୍ଯ୍ୟରେ ନିଜକୁ ନିୟୋଜି କରିବେ । ଗୃହରେ ଅନ୍ୟମାନଙ୍କ କଥାରେ ପରିଚାଳିତ ହୋଇପାରନ୍ତି । ପରିସ୍ଥିତି ଅନୁକୂଳ ରହିବ । ଧନ ପ୍ରାପ୍ତି ଯୋଗ ରହିଛି ।
ବୃଷ;- ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ଆକସ୍କିକ ଖୁସି ଖବର ମିଳିବ । ସୁଖ ସମ୍ମାନ ବୃଦ୍ଧି ହେବ ।
ମିଥୁନ; ଅଯଥା ବ୍ୟୟ ଯୋଗ ରହିଛି । ଅନୁକୂଳ ପରିସ୍ଥିତିରେ ଯାତ୍ରା ଆରମ୍ଭ କରନ୍ତୁ । ଅଯଥା ଯୁକ୍ତି କରନ୍ତୁ ନାହିଁ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତି ।
କର୍କଟ;- ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ସାଗାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି । କିଛି ନୂଆ କରିବାକୁ ପ୍ରେରଣା ମିଳିବ ।
ସିଂହ;- ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ରହିବ । ଛାତ୍ରଛାତ୍ରୀ ମାନେ ପାଠରେ ମନଯୋଗ ଦେବେ । ବାକିଥିବା କାର୍ଯ୍ୟ ସଫଳ ହେବ ।
କନ୍ୟା;-ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିବ ଏବଂ ପାରିବାରିକ ଜୀବନରେ ଖୁସି ଲାଗି ରହିବ । ଆୟ ବୃଦ୍ଧିର ଯୋଗ ରହିଛି । ସମାଜରେ ପ୍ରତିଷ୍ଠା ଭଲ କରିବେ । ବିଦ୍ୟାର୍ଥୀ ନୂତନ ସ୍ଥାନ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଅଭିଜ୍ଞତାରୁ ଲାଭ ମିଳିବ । ଭ୍ରମଣ ଯୋଗ ରହିଛି ।
ବିଛା;କିଛି କାମ ପାଇଁ ଯାତ୍ରା କରିବାକୁ ପଡିବ । ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ରହିବ । ନିଜ ସାଥିଙ୍କୁ ହୃନ୍ଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରୀ ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ ।
ଧନୁ-ଦିନଟିରେ ମିଶ୍ର ଫଳ ଲାଭ ହେବ । ଶିକ୍ଷା କ୍ଷେତ୍ରରେ ନିଜକୁ ଅଣଦେଖା କରନ୍ତୁ ନାହିଁ ।ବାହ୍ୟ ଲୋକଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି ନାହିଁ ।
ମକର;- କିଛି ନୂତନ ସମସ୍ୟା ସୃଷ୍ଟି ହୋଇପାରେ । ଛାତ୍ରଛାତ୍ରୀ ମନ ଲଗାଇ ପରିଶ୍ରମ କରିବେ । ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ରରେ ମନରେ ଥିବା କଥା ଗୁପ୍ତରେ ରଖନ୍ତୁ ।
କୁମ୍ଭ;-ଦିନଟି ଭଲ ଭଲ ଫଳ ଦେବ । ଚାକିରୀ ଉ ନ୍ନତି ହେବ । ପଦୋନ୍ନତିର ସମ୍ଭାବନା ରହିଛି । ଭ୍ରମଣର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଆଶାତୀତ ଫଳ ପାଇବେ ।
ମୀନ;-ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସମ୍ପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ । ବନ୍ଧୁଙ୍କ ଠାରୁ ଉପହାର ମିଳବ ।