ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୫ତାରିଖରେ ୭୮ତମ ସ୍ୱାଧୀନତା ଦିବସ। ଆଉ ମାତ୍ର ୩ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍ଧାମ୍ରେ ସ୍ୱାଧୀନତା ଦିବସ ପାଳନ କରିବ। ତେବେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରସ୍ଥିତ ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥି ସହିତ ୨ ଉପ-ମୁଖ୍ୟମନ୍ତ୍ରୀ ଓ ୧୩ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଏବଂ ୧୭ ଜିଲ୍ଲାରେ ଜିଲ୍କାପାଳ ପତାକା ଉତ୍ତୋଳନ କରିବେ ।