ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଭାରତ ଫେରିଛନ୍ତି । ପରିବାରର କୌଣସି ଜରୁରୀ କାମ ପାଇଁ ବିରାଟ ଦେଶକୁ ଫେରି ଆସିଛନ୍ତି । ତେବେ କେଉଁ କାରଣ ପାଇଁ କୋହଲି ଫେରିଛନ୍ତି ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ସେଥିପାଇଁ ତିନି ଦିବସୀୟ ମ୍ୟାଚ କୋହଲି ଖେଳିବେ ନାହିଁ । ତେବେ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ପୁର୍ବରୁ ବିରାଟ ଟିମ ସହ ଯୋଗ ଦେବେ ।
ଆସନ୍ତା ୨୬ ତାରିଖରେ ସେଞ୍ଚୁରିଆନରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ବିରାଟ କୋହଲି ୩ ଦିନ ପୂର୍ବରୁ ହିଁ ମୁମ୍ବାଇ ଫେରି ଆସିଥିଲେ । ଏଥିପାଇଁ ବିସିସିଆଇ ଓ ଟିମ୍ ମ୍ୟାନେଜମେଣ୍ଟର ଅନୁମତି ମଧ୍ୟ ନେଇଥିଲେ । ଅନ୍ୟପଟେ ପ୍ରଥମ ଟେଷ୍ଟ ପୂର୍ବରୁ ଆଙ୍ଗୁଠିରେ ଆଘାତ କାରଣରୁ ଟିମରୁ ବାଦ୍ ପଡିଛନ୍ତି ଓପନର ଋତୁରାଜ ଗାଏକ୍ୱାଡ । ସେହିଭଳି ମହମ୍ମଦ ସାମି ମଧ୍ୟ ଏହାପୂର୍ବରୁ ଫିଟନେସ ସମସ୍ୟା କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଘୋଷିତ ଟିମରେ ସ୍ଥାନ ପାଇଥିବା ଖେଳାଳୀଙ୍କ ମଧ୍ୟରୁ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ରନ୍ ହାସଲ କରିଛନ୍ତି । ତେଣୁ ବିରାଟଙ୍କ ଭଳି ଅନୁଭବୀ ଖେଳାଳୀ ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ପାଇଁ ଟ୍ରମ୍ପକାର୍ଡ ସାଜିବେ ।