ଝରୀଗାଁ / ବସନ୍ତ କୁମାର ସାହୁ : କଲେଗାଁ ମା ଠାକୁରାଣୀ ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ । ରାସ୍ତା କଡରେ ମା କାହିଁ କେଉଁ କାଳରୁ ଏକ ବରଗଛ ମୂଳରେ ପୂର୍ବପିଢ଼ି ଙ୍କ ଦ୍ୱାରା ନିର୍ମିତ ଏକ ଛୋଟିଆ ମନ୍ଦିର ମଧ୍ୟରେ ପୂଜା ପାଇଆସୁଥିଲେ । ଯାହା କୁହାଯାଉଛି ମା ଏହି ବରଗଛ ମୂଳେ ନିଜେ ଉଭା ହୋଇ କେଉଁ କାଳରୁ ଏହି ଗଛ ମୂଳେ ହିଁ ପୂଜା ପାଇ ଆସୁଛନ୍ତି, ମା ଙ୍କ ଠାରେ ଏତିକି ବିଶ୍ୱାସ ଅଛି ମା ଙ୍କ ପାଖରେ ଯାହା ମନାସିବ ତାହା ଅକ୍ଷରେ ଅକ୍ଷରେ ମା ପୂର୍ଣ୍ଣ କରିଥାନ୍ତି, ତେବେ ଏହି କଲେଗାଁ ଗ୍ରାମର ଭକ୍ତ ସମୂହ ଏବଂ ଗ୍ରାମବାସୀ ଙ୍କ ପ୍ରଚେଷ୍ଟା ରେ ମା ଙ୍କ ଲାଗି ଏକ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ଭବ୍ୟ ମନ୍ଦିର ନିର୍ମାଣ ଲାଗି ସ୍ଥିର କରାଯାଇଥିଲା ହେଲେ ଗ୍ରାମବାସୀ କୁହନ୍ତି ମା ଙ୍କ ଆଶୀର୍ବାଦ ହେତୁ ଆମର ଆଶା ଆଉ ସ୍ବପ୍ନ କୁ ସାକାର କରିବାକୁ ଯାଇ ମନ୍ଦିର କାର୍ୟ୍ୟ ଅତି ସୁରୁଖୁରୁରେ ଏବଂ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ମନ୍ଦିର କାର୍ଯ୍ୟ ଟି ସମ୍ପନ୍ନ ହେବାକୁ ଯାଉଛି । ତେବେ ଉକ୍ତ ମନ୍ଦିର ନିର୍ମାଣ ରେ ଲାଗିଥିବା ସ୍ଥାନୀୟ ଶିଳ୍ପୀ ଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ ମଧ୍ୟ ବେଶ ଆକର୍ଷଣୀୟ ହୋଇଛି। ତେବେ ଏହି ମନ୍ଦିର ନିର୍ମାଣ ବାବଦକୁ ସ୍ଥାନୀୟ ସାଂସଦ ଏବଂ ବିଧାୟକ ଙ୍କ ଆବଦନାକୁ ମଧ୍ୟ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି । ଏହି ରତ୍ନମୁଦ କାର୍ଯ୍ୟକ୍ରମଟି କଳସ ଯାତ୍ରା ରୁ ଆରମ୍ଭ କରାଯାଇଥିଲା ହୋମ ଯଜ୍ଞ ପୂଜାପାଠ ସହ ଆସୁଥିବା ଭକ୍ତଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଲୋକେ ଏହି ନବନିର୍ମିତ ମା ଠାକୁରାଣୀଙ୍କ ମନ୍ଦିର ଶିଖରକୁ ଯାଇ ରତ୍ନମୁଦ ରେ ନିଜ ସାମର୍ଥ୍ୟ ପ୍ରକାରେ ବିଭିନ୍ନ ପ୍ରକାର ରତ୍ନ, ଶସ୍ୟ, ଟଙ୍କା ଇତ୍ୟାଦି ଢାଳି ପରମ୍ପରିକ ରୀତି ନୀତି ଅନୁଯାଇ କାର୍ଯ୍ୟକ୍ରମଟିକୁ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଉପସ୍ଥିତ ରହିଥିଲେ ତାଛଡା ଅଂଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସମେତ ବିଭିନ୍ନ ଗ୍ରାମର ଦେବା ଦେବୀ ମନ୍ଦିର ର ପୂଜକ ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ତେବେ ଏହି କାର୍ଯ୍ୟକ୍ରମକୁ ସୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରାଯାଇଥିବା ସହ ମନ୍ଦିର ପରିଚାଳନା କମିଟିର ସଭାପତି ନିରାକାର ଗଣ୍ଡ ସମ୍ପାଦକ ପ୍ରଫୁଲ ପାଣ୍ଡେ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଭୂମିକା ମନ୍ଦିର ନିର୍ମାଣରେ ବେଶ ସହାୟକ ହୋଇଛି ।