ନଦୀ ପାରି ହେଲାବେଳେ ଓଲଟିଲା ଟ୍ରାକ୍ଟର : ପ୍ରଖର ସ୍ରୋତରେ ଭାସିଗଲେ ୮, ୩ ଜଣଙ୍କ ମୃତଦେହ ଉଦ୍ଧାର

0

କୋହ୍ଲାପୁର : ନଦୀ ପାର ହେଲାବେଳେ ବଡ଼ ଅଘଟଣ । ମହାରାଷ୍ଟ୍ରର କୋହ୍ଲାପୁରରେ କୃଷ୍ଣ ନଦୀ ପାର ହେଉଥିବା ଏକ ଟ୍ରାକ୍ଟର ଓଲଟି ପଡିଛି । ଏହି ଦୁର୍ଘଟଣାରେ ୭-୮ ଜଣ ଲୋକ ନଦୀର ପ୍ରଖର ସ୍ରୋତରେ ପଡ଼ି ବହିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କ ମୃତଦେହ ମିଳିଥିବା ବେଳେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ଏନଡିଆରଏଫ୍ ଟିମ୍, ସ୍ଥାନୀୟ ଅଧିକାରୀ ଏବଂ ଗ୍ରାମବାସୀ ନଦୀରେ ବୁଡ଼ିଯାଇଥିବା ଲୋକଙ୍କୁ ଖୋଜୁଛନ୍ତି । ଏହି ଦୁର୍ଘଟଣା କୋହ୍ଲାପୁର ଜିଲ୍ଲାର ଇଚାଲକରଞ୍ଜୀରେ ଘଟିଛି।

ଆଜି ପ୍ରାୟ ୮ ଜଣ ଏକ ଟ୍ରାକ୍ଟରରେ ବସି ଇଚଲକରଞ୍ଜି ନିକଟରେ ପ୍ରବାହିତ ହେଉଥିବା କ୍ରୀଷ୍ଣାନଦୀର ଏକ ପୋଲ ଅତିକ୍ରମ କରୁଥିଲେ। ହଠାତ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ନଦୀ ପାଖରେ ଓଲଟି ପଡିଥିଲା ଏବଂ ଏଥିରେ ଯାତ୍ରା କରୁଥିବା ୭-୮ ଜଣ ଲୋକ ନଦୀରେ ପଡ଼ି ଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ତୁରନ୍ତ କିଛି ଦେଖଣାହାରୀ ସ୍ଥାନୀୟ କର୍ତ୍ତୃପକ୍ଷ ଓ ଏନଡିଆରଏଫକୁ ସୂଚନା ଦେଇଥିଲେ ।

ଖବର ପାଇବା ପରେ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୀର୍ଘ ସମୟ ଖୋଜାଖୋଜି ପରେ ବି ନିଖୋଜଙ୍କ ସନ୍ଧାନ ମିଳି ପାରିନି।