ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ଓ ପୀଡିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ପ୍ରଶ୍ନ କଲେ ସୁପ୍ରିମ କୋର୍ଟ

ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କରିବେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: କୋଲକାତାରେ ଡାକ୍ତରଙ୍କୁ ରେପ ଓ ମର୍ଡର ଘଟଣାରେ ଚାଲିଛି ଷ୍ଟାଟସ ରିପୋର୍ଟ ତଲବ । ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମ କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ହୋଇଛି । ଏଥିସହ ଘଟଣାର ବହୁ ବିଳମ୍ବରେ ଏଫ୍ଆଇଆରକୁ ନେଇ ପ୍ରଶ୍ନ ଉଠାଇଲେ ଖଣ୍ଡପୀଠ ।

ଅନ୍ୟପକ୍ଷରେ ପୀଡିତାଙ୍କ ନାଁ, ଫଟୋ ଆଦି ଭାଇରାଲକୁ ନେଇ ଉଦବେଗ ପ୍ରକାଶ କରିବା ସହ ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କଲେ କୋର୍ଟ । କେବଳ ଏତିକି ନୁହେଁ ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ଓ ପୀଡିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ପ୍ରଶ୍ନ କଲେ ସୁପ୍ରିମ କୋର୍ଟ । ଏହା ସାରା ଦେଶର ଡାକ୍ତରଙ୍କ ପାଇଁ ସୁରକ୍ଷାର ପ୍ରଶ୍ନ କହିଲେ କୋର୍ଟ ।

ଏଣୁ ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କରିଛନ୍ତି ସୁପ୍ରିମକୋର୍ଟ । ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷା ପାଇଁ ପରାମର୍ଶ ଦେବ ଟାସ୍କଫୋର୍ସ । ହସ୍ପିଟାଲ ୨୪ ଘଣ୍ଟିଆ ଖୋଲାଥିବା, ଡାକ୍ତର ଡ୍ୟୁଟି କରୁଥିବା ସୁରକ୍ଷା ଜରୁରୀ । ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ କହିଲେ କୋର୍ଟ ।