ଜଳଘେରରେ କୋଣାର୍କ ବାସିନ୍ଦା

0

(ଗୋପ / ଜୟନ୍ତ କୁମାର ସେଠୀ ) : ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କୋଣାର୍କ ଏନଏଏସିର ବିଭିନ୍ନ ଓ୍ଵାର୍ଡରେ ଜମି ରହିଛି ବର୍ଷାଜଳ । ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନଜ ବ୍ୟବସ୍ଥା ନଥିବାରୁ ୬ ନଂ ଓ୍ଵାର୍ଡ ଓ ୮ ନଂ ଓ୍ଵାର୍ଡ ର କିଛି ଘର ଜଳଘେରରେ ରହିଛି । ପ୍ରତିବର୍ଷ ସାମାନ୍ୟ ବର୍ଷାରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକ।ର କରାଯ।ଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିଶେଷକରି ରାଉଳପାଟଣା, ବିଲସାହି,ଡାଲିମ୍ଵଗୋରଡି ଓ ବେରୁହ ଆଦି ଅଂଚଳରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।