ସଜେଇ ହେଲାଣି କୋଣାର୍କ, କୋଣାର୍କ ଉତ୍ସବ ୨୦୨୩ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଲାଣି । କାରିଗର ମାନଙ୍କ ଦ୍ଵାରା ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଂଚ ସଜେଇ ହେଉଥିବା ବେଳେ ବାଲୁକା ଶିଳ୍ଫୀ ମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ୫ଦିନ ଧରି ଦେଶ ବିଦେଶର ଖ୍ୟାତନାମା କଳାକାରଙ୍କର କଳାକୃତିକୁ ମନଭରି ଉପଭୋଗ କରିବେ ଦର୍ଶକ ।
ଅ।ସନ୍ତା ଡିସେମ୍ଵର ୧ ତରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ୨୦୨୩ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଂଚିଥିବା ବେଳେ ସଂଧ୍ୟା ସମୟରେ ରଙ୍ଗିନ ଅ।ଲୋକରେ ଝଲସିଲାଣି କୋଣାର୍କ । ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବ କୁ ମଧ୍ୟ ଅ।କର୍ଷଣ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି ପାଞ୍ଚ ଦିନିଆ ଏହି କୋଣାର୍କ ଉତ୍ସବ ରେ ମୁକ୍ତାକାଶ ରଙ୍ଗ ମଂଚରେ ଦେଶ ବିଦେଶର ନାମିଦାମୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହିତ ବାଲୁକା ମହୋତ୍ସଵରେ ଦେଶ ବିଦେଶର କଳାକାରମାନେ ପ୍ରତିନିଧିତ୍ଵ କରିବେ ଏହି କାର୍ଯ୍ୟକ୍ରମରେ ।
ମୁକ୍ତାକାଶ ରଙ୍ଗମଂଚ ରେ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ଵାରା କଥକ,କୁଚୁପୁଡି,ଓଡିଶୀ ନୃତ୍ୟ,ଭାରତନାଟ୍ୟମ ପରିବେଷଣ କରାଯିବ, ଯେଉଁ ଥିରେ ଓଡିଶାର କଳା ସଂସ୍କୃତି ସହିତ ଭାରତୀୟ କଳା ସଂସ୍କୃତି କୁ ନୃତ୍ୟ ମାଧ୍ୟମ ରେ ପରିବେଷଣ କରିବେ ନୃତ୍ୟଙ୍ଗନା ମାନେ । ବିଶେଷକରି ଏହି ନୃତ୍ୟଶିଳ୍ପୀ ମାନେ ,ତାମିଲନାଡୁ,କେରଳ, ଅ।ସାମ,ପଶ୍ଚିମବଙ୍ଗ, ଗୁଜୁରାଟ ଓ ଦିଲ୍ଲିର ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହେବା ର କାର୍ଯ୍ୟକ୍ରମ ରହିଛି । ସେହିପରି ବାଲୁକା ମହୋତ୍ସବରେ ଅ।ନ୍ତର୍ଜାତିୟ କଳାକାର ମାନଙ୍କ ଦ୍ଵାରା ବାଲିରେ ଜିବନ୍ତ ଛବି କୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ । ଏହି ୫ ଦିନିଆ ମହୋତ୍ସଵ ରେ ପ୍ରତ୍ୟେକ ଦିନ ବିଭିନ୍ନ ବିଷୟକୁ ନେଇ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ଦେଖାଇବାର ସୁଯୋଗ ପାଇବେ ।
ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାରରୂପରେ ଅନୁଷ୍ଠିତ ହେବ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି,ଟ୍ରାଫିକ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ସ୍ଵତତ୍ରଂ ବ୍ୟବସ୍ଥା କରାଯାଇଥିବା ବେଳେ କୋଣାର୍କ ଉତ୍ସବ କୁ ଅ।ସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ଭାବରେ ଡିସେମ୍ବର ୧ ତାରିଖ ରେ ଇକୋ ରିଟ୍ରି ଟ କାର୍ଯ୍ୟକ୍ରମ ଉଦଘାଟିତ ହେବ ।
କୋଣାର୍କ ଉତ୍ସବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଂଚିଥିବା ବେଳେ ମୁକ୍ତାକାଶ ରଙ୍ଗ ମଂଚ ଓ ବାଲୁକା ମହୋତ୍ସବ ଓ ଇକୋ ରିଟ୍ରି ଟ କୁ ଅପେକ୍ଷା କରିଛି ଦର୍ଶକ ମାନଙ୍କୁ ।