ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ହେଲେ କୋନାରଡ ସାଙ୍ଗମା

0

ନୂଆଦିଲ୍ଲୀ: ଶପଥ ନେଲେ କୋନାରଡ ସାଙ୍ଗମା । ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କୋନାରଡ ସାଙ୍ଗମା । ତାଙ୍କର ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନାଡ୍ଡାଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତରହିଥିଲେ । କୋନରଡ ସାଙ୍ଗମାଙ୍କ ବ୍ୟତୀତ ପ୍ରେଷ୍ଟନ୍ ଟିନ୍ସଙ୍ଗ ଏବଂ ସ୍ନିଆବଭାଲାଙ୍ଗ ଧର ମଧ୍ୟ ମେଘାଳୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତ ।ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୨୭ରେ ମତଦାନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କୋନାରଡ ସଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ୨୬ଟି ଆସନ ଜିତିଥିଲା। କୋନାରଡ ସଙ୍ଗମା ବିଜେପି ସହିତ ମିଶି ସରକାର ଗଠନ ପାଇଁ ଦାବି କରିଥିଲେ। ଏଥିପାଇଁ ସେ ୨୨ ଜଣ ବିଧାୟକଙ୍କ ଦ୍ୱାରା ସ୍ୱାକ୍ଷରିତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ପରେ ସେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟିର ୧୧ ବିଧାୟକ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ଫ୍ରଣ୍ଟର ଆଉ ୨ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଥିଲେ।