(ସୁନ୍ଦର ପାଣି / କୋରାପୁଟ ): ସରକାର ଗରିବଙ୍କ ପାଇଁ ଯୋଜନା କରୁଛନ୍ତି । କିନ୍ତୁ କିଛି ବ୍ୟକ୍ତିଙ୍କ ପାଇଁ ଗରିବ ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପକ୍କା ଘର ପାଇଁ ଦୀର୍ଘ ଦିନରୁ ସଂଘର୍ଷ କରି ନୟାନ୍ତ ହୋଇ ପଡିଲେଣି ।ସରକାରୀ ଆବାସ ଯୋଜନା ତାଙ୍କ ପକ୍ଷେ ପ୍ରହସନ ହୋଇଛି।ଦଦରା ଘର ତାଙ୍କ ପାଇଁ ହୋଇଛି ସାହାରା । କିଛି ଏ ଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲାର ପଦ୍ମପୁର ଗ୍ରାମପଞ୍ଚାୟତ ର ରେଙ୍ଗିଆଗୁଡା ଗ୍ରାମରେ । ଗ୍ରାମର ମୋତି କୂଳଦୀପ (୭୦) ।ଦୁର୍ଦ୍ଦଶା ରେ ଗତି କରୁଥିଲେହଁ ମୋତି କୂଳଦୀପ ର ଦୁଃଖ ବୁଝିବାକୁ ପ୍ରଶାସନ ପାଖରେ ସମୟ ନାହିଁ।ପରିଣତ ବୟସରେ ନାତିନାତୁଣୀଙ୍କ ସହ ଜୀବନ ବିତାଇବେ ବୋଲି ସ୍ୱପ୍ନ ଦେଖିଥିବା ମୋତି ନିଜେ ମୁଣ୍ଡ ଗୁଞ୍ଚିବାକୁ ପକ୍କାଘରଟିଏ ନାହିଁ। ଏକ କୁଡ଼ିଆ ଯାହାକି ପଛପଟ କାନ୍ଥ ଭାଙ୍ଗି ଯାଇଛି । ମୋତି ସେହି ଭଙ୍ଗା କୁଡ଼ିଆ ଘରେ ଦିନ ବିତାଉଛନ୍ତି। ଏହି ବୟସରେ ଗ୍ରାମ ପାଖ ଜଙ୍ଗଲ ରୁ କାଠ ଆଣି ବିକ୍ରି କରି ଚଳନ୍ତି ସେ । କାରଣ ସରକାରଙ୍କ ପକ୍ଷରୁ କେବଳ ମାସିକ ୫କେଜି ଚାଉଳ ସମତେ ବାର୍ଦ୍ଧକ୍ୟ ଭତ୍ତା ୫୦୦ଟଙ୍କା ମିଳେ। ଅନ୍ୟପଟେ ମୋତିଙ୍କ ପାଇଁ ଆବାସ ଯୋଜନା ସତସପନ ହୋଇଛି । ମୋତି ନିଜ ପିଲା ଛୁଆ ହରେଇ ଏକାକୀ ରାହୁଥିବାବେଳେ ସମ୍ପତ୍ତି କହିଲେ ଏକ ଭଙ୍ଗା ଘର । ପ୍ରଶାସନ ସବୁ ଜାଣି ସୁଦ୍ଧା ତାଙ୍କୁ କୌଣସି ସୁବିଧା ଯୋଗେଇ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ସରକାରୀ ଯୋଜନା କାହା ହିତରେ ତାହାକୁ ନେଇ ପ୍ରଶ୍ନ ଉଠୁଛି ।